ଗଡ଼ୁଛି ‘ବିଦ୍ୟାଳୟ ଫେରି ଚାଲ’ସଚେତନତା ରଥ

ବାଲେଶ୍ୱର, (ସରୋଜ ପଣ୍ଡା) :ମହାମାରୀ କରୋନା ପାଇଁ ଗତ ୨ବର୍ଷ ଧରି ବନ୍ଦ ରହିଥିବା ପ୍ରାଥମିକ ବିଦ୍ୟାଳୟ ଆସନ୍ତା ୨୮ ତାରିଖ ଖୋଲିବାକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନେଇଥିବା ନିଷ୍ପତ୍ତି ଅନୁସାରେ ଏବେ ଅଭିଭାବକଙ୍କୁ ସଚେତନ କରିବା ନିମନ୍ତେ ଆରମ୍ଭ ହୋଇଛି ଉଦ୍ୟମ । ଜିଲାପାଳ ଏବଂ ଜିଲା ଶିକ୍ଷାଧିକାରୀଙ୍କ ପରାମର୍ଶ କ୍ରମେ ଜିଲା ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ପ୍ରତ୍ୟେକ ବ୍ଲକରେ ଜାରି ରହିଛି ‘ବିଦ୍ୟାଳୟ ଫେରି ଚାଲ’ ସଚେତନତା । ଏନେଇ ସମଗ୍ର ବାଲେଶ୍ୱର ଜିଲାରେ ସଚେତନତା ରଥ ପରିକ୍ରମା ଆରମ୍ଭ କରିଛି । ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏହା ପ୍ରତ୍ୟେକ ବ୍ଲକର ପଞ୍ଚାୟତ, ଗ୍ରାମ, ପଡ଼ା ପ୍ରଭୃତି ଅଞ୍ଚଳ ବୁଲୁଛି । ଆସନ୍ତା ୨୮ ତାରିଖରୁ ପିଲାଙ୍କୁ ପୁଣିଥରେ ବିଦ୍ୟାଳୟକୁ ପଠାଇବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ଏହି ଅଭିଯାନ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ