ଘାଟିରେ ବସ ଓଲଟି ୨୫ ଯାତ୍ରୀ ଆହତ

 କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଗାଡ଼ିଆପଡା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଗାଡିଆପଡା ଘାଟିରେ ବସ ଓଲଟି ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀଙ୍କୁ ଖଜୁରିପଡ଼ା ପୁଲିସ ଓ ଦମକଳ ବାହିନୀଙ୍କ ସହଯୋଗରେ ସଦର ମହକୁମା ଫୁଲବାଣୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର  ରାତି ୧୦ଟାରେ ରାଜା ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଫୁଲବାଣୀରୁ ଭୁବନେଶ୍ୱର ଯାତ୍ରା ଆରମ୍ଭ କରିଥିଲା ଫୁଲବାଣୀ ଠାରୁ ୪୦କିଲୋମିଟର ଯାତ୍ରା କରିବା ପରେ ଘାଟିର ଶେଷ ବୁଲାଣି ରାସ୍ତାରେ ବସଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା । ଏଥିରେ ୪୦ରୂ ଉର୍ଦ୍ଧ୍ଵ ଯାତ୍ରୀ ଯାତ୍ରା କରୁଥିଲେ । ସେଥିରୁ ୨୫ରୁ ଉର୍ଦ୍ଧ୍ଵ ଆହାତ ହୋଇଥିବାର ସୂଚନା ମିଳିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ