ଚକରୋଡ଼ା ରାସ୍ତା ର ଭିତ୍ତିପ୍ରସ୍ତର ସ୍ଥାପନ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଛଣିଜଙ୍ଗ ପଞ୍ଚାୟତ ଚକୋରଡ଼ା ଗ୍ରାମକୁ ପକ୍କାରାସ୍ତା ନିର୍ମାଣ ନିମନ୍ତେ ଆଜି ନିମାପଡ଼ା ବିଧାୟକ ତଥା ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମାଧବ ବାଲିଘାଇ ରାଜ୍ୟ ସଡ଼କ ଠାରୁ ଚକୋରଡ଼ା ଗ୍ରାମକୁ ରାସ୍ତା ନଥିବାରୁ ଗ୍ରାମବାସୀ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଗ୍ରାମ କୁ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ମାନେ ଗତ ମାସ ରେ ରାସ୍ତାରୋକ ଆନ୍ଦୋଳନ କରିଥିଲେ ।ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ନିମାପଡ଼ା ବ୍ଲକ ବିଡିଓ ପ୍ରତିଶ୍ରୁତି ଦେଇଥିଲେ ।ଏହି ପରିପ୍ରେକ୍ଷୀ ରେ ଆଜି ମନ୍ତ୍ରୀ ଶ୍ରୀ ଦାଶ ଉକ୍ତ ସ୍ଥାନରେ ପହଞ୍ଚି ରାସ୍ତା ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।ସାତ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ ବୋଲି ମନ୍ତ୍ରୀ ଉପସ୍ଥିତ ଗ୍ରାମ ବାସୀ ମାନଙ୍କୁ ପ୍ରତିଶୃତି ଦେଇଛନ୍ତି।ପ୍ରଥମ ପର୍ଯ୍ୟାୟରେ ଦଶ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି ।କାର୍ଯ୍ୟ କେତେ ବାଟ ଯାଉଛି ଦେଖିବା ପରେ ଆଉ ଅଧିକ ଦଶ ଲକ୍ଷ ଟଙ୍କା ଦିଆଯିବ ବୋଲି ମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ ,ବ୍ଲକ ର ସହକାରୀ ଯନ୍ତ୍ରୀ ସୁନିଲ କୁମାର ନନ୍ଦ ସରପଂଚ ଅଜୟ ପରିଧାନ,ସମିତି ସଭ୍ୟ ଲକି ବାଳା ନାୟକ ,ଜିଲ୍ଲା ପରିଷଦ ସଭ୍ୟ ସସ୍ମିତା ନାୟକ, ସାଂସଦ ଙ୍କ ପ୍ରତିନିଧି ସୁଧୀର ରଞ୍ଜନ ଦାଶ ,ଅଜୟ ସ୍ବାଇଁ ,ମହେନ୍ଦ୍ର ମହାପାତ୍ର ,ବାବୁଲି ବାରିକ ,ସୂର୍ଯ୍ୟ କାନ୍ତ ପରିଡ଼ା , ପିଣ୍ଟୁ ମଲ୍ଲିକ,ଅଭୟ ନାୟକ , ଦୂଲ୍ଲଭ ନାୟକ ,ଶିଶିର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ତମ୍ପାଳୋ ବ୍ରିଜ ଠାରୁ ଗ୍ରାମବାସୀ ମାନେ ବାଜା ବଜାଇ ବାଣ ଫୁଟାଇ ଅତିଥି ମାନଙ୍କୁ ଶିଳାନ୍ୟାସ ସ୍ଥଳ କୁ ପାଛୋଟି ନେଇଥିଲେ ।ମନ୍ତ୍ରୀ ଶ୍ରୀ ଦାଶ ପ୍ରଥମେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଭିତ୍ତିପ୍ରସ୍ତର ସ୍ଥାପନ ଲାଗି ନଡ଼ିଆ ବାଡେଇଥିଲେ ।


