ଚକୋଲେଟ କଟେଜ୍
ପୃଥିବୀରେ ଏଭଳି ଅନେକ ସ୍ଥାପତ୍ୟ ରହିଛି, ଯାହାର ସୁନ୍ଦରତା ଏବଂ ସ୍ୱତନ୍ତ୍ରତା ଅନେକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ସେହିଭଳି ଏକ ନିଆରା ସ୍ଥାପତ୍ୟ ରହିଛି ପ୍ୟାରିସ୍ଠାରେ । ଏଠାରେ ଥିବା ଏକ ଘର ନିର୍ମିତ ହୋଇଛି ସମ୍ପୂର୍ଣ୍ଣ ଚକୋଲେଟରେ । ୧୮ ବର୍ଗମିଟର ପରିମିତ ସ୍ଥାନରେ ନିର୍ମିତ ହୋଇଥିବା ଏହି କଟେଜରେ ୧.୫ ଟନ୍ ଚକୋଲେଟ ବ୍ୟବହାର କରାଯାଇଛି । ଏହି ଚକୋଲେଟ କଟେଜର ବିଶେଷତ୍ୱ ହେଉଛି ଏଠାରେ ପର୍ଯ୍ୟଟକମାନେ ରାତ୍ରିଯାପନ କରିବାର ସୁଯୋଗ ପାଆନ୍ତି । ଏହି ଘରଟିକୁ ଜଣାଶୁଣା ଫ୍ୟାଶନ ଚକୋଲେଟ ଡିଜାଇନର୍ ଜିନ୍ ଲୁକ୍ ଡେକ୍ଲୁଜିଉ ଡିଜାଇନ୍ କରିଛନ୍ତି । ଏହି ଘରର ଛାତଠାରୁ ଆରମ୍ଭ କରି ଆସବାବପତ୍ର ତଥା ଘରେ ରଖାଯାଇଥିବା ସମସ୍ତ ଡେକୋରେଟିଭ ଜିନିଷ କେବଳ ଚକୋଲେଟରେ ହିଁ ପ୍ରସ୍ତୁତ କରାଯାଇଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏଥିରେ ବ୍ୟବହୃତ ହୋଇଥିବା ଚକୋଲେଟ ଖାଇବା ଉପଯୋଗୀ ମଧ୍ୟ ।


