ଜଙ୍ଗଲ କୁ ନିଆଁଦାଉରୁ ରକ୍ଷାକରିବାପାଇଁ ସଚେତନ ରଥ ପରିଭ୍ରମଣ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଉତ୍ତର ଘୁମୁସର ବନଖଣ୍ଡ ଅଧିନସ୍ଥ ଜଗନ୍ନାଥପ୍ରସାଦ ବନାଞ୍ଚଳ ର ବନସୁରକ୍ଷା ସମିତି ତରଫରୁ ଜଙ୍ଗଲ କୁ ନିଆଁଦାଉରୁ ରକ୍ଷା କରିବାପାଇଁ ସଚେତନରଥ କୁ ଏ ସି ଏଫ ମାତି ମୋତିଲାଲ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ l ଏହି ସଚେତନ ରଥ ବୁଲିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ସହିତ ପରିବେଶ କୁ ସୁସ୍ଥ ରଖିବା, ବନ୍ୟ ଜୀବଜନ୍ତୁ ଙ୍କୁ ସୁରକ୍ଷା ଦେବା କାରଣ “ରହିଲେ ବନ ବଞ୍ଚିବେ ଜନ”, “ଜଙ୍ଗଲ ସୁରକ୍ଷା ଆମ ଜୀବନ ରକ୍ଷା ” ଅର୍ଥାତ ଜଙ୍ଗଲ ରହିଲେ ହିଁ ମଣିଷ ଓ ଅନ୍ୟାନ୍ୟ ପଶୁ ପକ୍ଷୀ ଏ ପୃଥିବୀ ରେ ବଞ୍ଚି ରହିପାରିବା ସମ୍ଭବ ଅନ୍ୟଥା ଅସମ୍ଭବ l ଉପରୋକ୍ତ ବିଷୟରେ ଲୋକମାନଙ୍କୁ ସଚେତନତା କରାଇବାସହିତ ସଚେତନ ରଥକୁ କେପିଟି ବନ ସୁରକ୍ଷା ଠାରୁ ବାହାରି କୁଡୁତାଇ ଦେଇ ଭୁଶଭୂଷା, ସମରବନ୍ଧ, ନାରାୟଣପଲି, କପିଳପାଲି, କାଦୁଆ, ଲୁଣୀଗୁଣ୍ଡି, ପାଟରାପଲି, ବଣିଆପଲି, ଏବଂ ଜଗନ୍ନାଥପ୍ରସାଦ ବନାଞ୍ଚଳ ର ସମସ୍ତ ଭି ଏସ ଏସ କୁ ପରିଭ୍ରମଣ କରିଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ସମାଜସେବୀ ଶୁଳପାଣି ଶତପଥି, ବନପାଳ କଳାବଦନ ଦାସ, ବନରକ୍ଷୀ ଅଶୋକ ସେଠି, ପବିତ୍ର ମଳିକ, ସୁକାନ୍ତି ସାବତ, ବନପ୍ରେମୀ କେଳା ନାୟକ, ଲୋକନାଥ ଆଚାର୍ଯ୍ୟ, ସଂଯୋଜକ ରାମଚନ୍ଦ୍ର ବାରିକ, ସୁପ୍ରଭା ପଣ୍ଡିତ, ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ବି. ଡି ପୁର ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଏବଂ ସ୍ବେଛାସେବୀ ଅନୁଷ୍ଠାନ “ସ୍ୱାତୀ ” ର କର୍ମଚାରୀ ସିପୁରଞ୍ଜନ ସା, କାଜଲ ପଟ୍ଟନାୟକ, ଶଙ୍କର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l


