ଭେଙ୍କଟେଶ୍ୱର ପବ୍ଲିକ ସ୍କୁଲ ଉଦଘାଟିତ
ନିମାପଡ଼ା, (ସନ୍ତୋଷ ଦାଶ):ପବିତ୍ର ଶ୍ରୀ ରାମ ନବମୀ ଅବସର ରେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ର ତୁଳସୀପୁର ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଠାରେ ନୂତନ ଭାବେ ଏକ ଇଂରାଜୀ ମିଡ଼ିଅମ ସ୍କୁଲ ଭେଙ୍କଟେଶ୍ୱର ପବ୍ଲିକ ସ୍କୁଲ ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ଉଦଘାଟନ ଉତ୍ସବ ରେ ଶିକ୍ଷାବିତ ଦ୍ୱିଜବର ମୁଦୁଲି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମା ଘରର ପ୍ରତିଷ୍ଠାତା ସମାଜସେବୀ ଋତୁପର୍ଣା ମହାନ୍ତି ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ଅନିଲ କୁମାର ବିଶ୍ବାଳ, ପୂର୍ବତନ କଲେଜ ଅଧ୍ୟକ୍ଷ ଗୋପୀନାଥ କର, ଶିକ୍ଷାବିଦ ଗୁଣନିଧି ମୁଦୁଲି, ବିନୟ ଭୂଷଣ ମହାନ୍ତି, ବିବେକାନନ୍ଦ ଶିକ୍ଷାକେନ୍ଦ୍ର ର ଅଧ୍ୟକ୍ଷ ବନମାଳି ରାଉତ, ଶିକ୍ଷାବିତ ବିରଞ୍ଚି ସାହୁ, ସ୍ବେଛାସେବୀ ରଞ୍ଜିତା ଦାସ, ଶିକ୍ଷାବିତ ପବନୀ ବିଶ୍ବାଳ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ସ୍ଥାପନା କୁ ଭୂୟସୀ ପ୍ରଶଂସା କରିଥିଲେ। ନୂତନ ଭାବେ ସ୍ଥାପିତ ଭେଙ୍କଟେଶ୍ୱର ପବ୍ଲିକ ସ୍କୁଲ ର ଚେୟାରମ୍ୟାନ ଦୁର୍ଗା ପ୍ରସାଦ ତ୍ରିପାଠୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉକ୍ତ ଉତ୍ସବ ରେ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକ ମାନେ ଯୋଗ ଦେଇଥିଲେ।


