ଚଷମା ପିନ୍ଧି ପାଆନ୍ତୁ କରୋନାରୁ ମୁକ୍ତି
ବ୍ରହ୍ମପୁର,(ୱାଇଏନ୍ଏସ୍): ମାସ୍କ ସହିତ ଚଷମା ପିନ୍ଧିବା ଦ୍ୱାରା କରୋନା ଭୂତାଣୁ ସଂକ୍ରମଣର ଆଶଙ୍କା କମ୍ ହୋଇଥାଏ । କେବଳ ମାସ୍କ ପିନ୍ଧିବା ଅପେକ୍ଷା ମାସ୍କ ସହିତ ଚଷମା ପିନ୍ଧୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ବହୁତ କମ୍ ହୋଇଥାଏ । ଚଷମା ପିନ୍ଧିବା ଦ୍ୱାରା ଆମ ଆଖି ଦେଇ ଭୂତାଣୁ ସଂକ୍ରମଣର ଆଶଙ୍କା କମ୍ ହୋଇଥାଏ । ଚୀନର ସୁଇଝୌସ୍ଥିତ ଜେଙ୍ଗାଡୁ ହସ୍ପିଟାଲରେ ୨୭୬ ଜଣଙ୍କୁ ନେଇ ଏକ ଗବେଷଣା କରାଯାଇଥିଲା । ଗବେଷଣାରୁ ଜଣାଯାଇଥିଲା ଯେ ଚଷମା ପିନ୍ଧିଥିବା ବ୍ୟକ୍ତିଙ୍କ ଠାରେ ସଂକ୍ରମଣର ଆଶଙ୍କା କେତେକାଂଶରେ କମ୍ ରହିଛି ।


