ଚାରିଛକ ମୁଖ୍ୟରାସ୍ତା ମରଣଯନ୍ତା ପାଲଟିଛି

ନିମାପଡ଼ା, (ସନ୍ତୋଷ ଦାଶ):ଫୁଲନଖରା – ନିଆଳି – ମାଧବ – ବାଲିଘାଇ ୬୦ ନମ୍ବର ରାଜ୍ୟ ରାଜପଥ ରାସ୍ତାଟି ଚାରିଛକ ବଜାରରେ ଅତ୍ୟନ୍ତ ଖରାପ ହୋଇଯିବା ଫଳରେ ରାସ୍ତାଟି ମରଣଯନ୍ତା ପାଲଟିଛି ।ଏହି ରାସ୍ତାରେ ଦୈନିକ ଛୋଟ ବଡ ଦୁର୍ଘଟଣା ଘଟୁଛି ।ଚାରିଛକ ପୁରୁଣା ଫାଣ୍ଡି ଛକ ଠାରୁ ଗୋପ ରାସ୍ତା ଅର୍ଣ୍ଣପୂର୍ଣା ବିଦ୍ୟାପୀଠ ପର୍ଯ୍ୟନ୍ତ ରାସ୍ତା ର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହେବାରୁ ଯାତାୟାତ କ୍ଷେତ୍ରରେ ଅସୁବିଧା ହେଉଛି ।ଏହି ରାସ୍ତାଦେଇ ଦୈନିକ ସୂର୍ଯ୍ୟ ମନ୍ଦିର କୋଣାର୍କ ,ଶ୍ରୀ ମନ୍ଦିର ପୁରୀ ,କାକଟପୁର ମା ମଙ୍ଗଳା ମନ୍ଦିର ,ଅସ୍ତରଙ୍ଗ ଜାହାନିଆପିର ପ୍ରଭୁତି ସ୍ଥାନକୁ ବହୁ ପର୍ଯ୍ୟଟକ ଗାଡ଼ି ଯାତାୟାତ କରୁଛନ୍ତି ।ଏହି ରାସ୍ତା ଦେଇ ରାଉରକେଲା ,କଲିକତା କଟକ ,ପାରାଦୀପ, କୋଣାର୍କ,ପୁରୀ ପ୍ରଭୁତି ଶତାଧିକ ଯାତ୍ରୀବାହୀ ବସ ସହିତ ଟ୍ରକ୍ ପ୍ରଭୁତି ଯାତାୟାତ କରୁଛି ।ମାତ୍ର ରାସ୍ତା ଅବସ୍ଥା ଦେଖି ଗାଡ଼ି ଚାଳକ ମାନେ ଚିନ୍ତାରେ ପଡ଼ିଯାଉଛନ୍ତି ।ବଜାରରେ ଦୋକାନ କରିଥିବା ପ୍ରାୟ ୩୦୦ ରୁ ଉର୍ଦ୍ଧ ଦୋକାନୀ ଙ୍କ ପାଇଁ ଚିନ୍ତା ବଢୁଛି ।ବିଭିନ୍ନ ଅଂଚଳରୁ ଆସୁଥିବା ଗ୍ରାହକ ମାନେ ଗାଡ଼ି ମୋଟର ରଖିବାକୁ ଉପଯୁକ୍ତ ସ୍ଥାନ ନ ଥିବାରୁ ରାସ୍ତା କଡ଼ରେ ଗାଡ଼ି ରଖି ଜିନିଷପତ୍ର କିଣା କିଣି କରୁଥିବାବେଳେ ରାସ୍ତା ଜାମ ହୋଇ ଟ୍ରାଫିକ ସମସ୍ୟା ଦେଖାଦେଉଛି ।ବାରମ୍ବାର ବ୍ୟବସାୟୀ ସଂଘ ପକ୍ଷରୁ ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ଜଣାଇ ଦିଆଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି ।ତୁରନ୍ତ ରାସ୍ତା ମରାମତି କାର୍ଯ୍ୟ କରାନଯାଏ ତେବେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ