ପୂଜା ପୂର୍ବରୁ ବଡ଼ ଧରଣର ଜୁଆ ଆଡା ଉପରେ ଗଞ୍ଜାମ ପୋଲିସର ଚଢ଼ାଉ

ଗଞ୍ଜମ, (ବିନୋଦ ପଲାଇ):ଗଞ୍ଜାମ ଥାନାର ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଆଇଆଇସି ସୁମିତ୍ରା ପାତ୍ର ଆକ୍ସନ ମୁଡରେ । ଦୁର୍ଗା ପୂଜାକୁ ଦୀର୍ଘ ମାସ ବାକିଥିବା ବେଳେ ଗଞ୍ଜାମ ବ୍ଲକର ବିଭିନ୍ନ ସ୍ଥାନରେ ଜୁଆ ଆଡା ଆରମ୍ଭ ହୋଇଗଲାଣି। ଗଞ୍ଜାମ ଥାନା ଅନ୍ତର୍ଗତ ବଡ଼ କାଇଞ୍ଚପୁରପୁର ଠାରେ ଚାଲିଥିବା ଏକ ବଡ ଧରଣ ଜୁଆ ଆଡାରେ ଗଞ୍ଜାମ ଥାନା ପୋଲିସ ଅଭିନବ ଉପାୟରେ ଚଢ଼ାଉ କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ଆଇଆଇସି ପାତ୍ର ଜୁଆ ଆଡ଼କୁ କାବୁ କରିବା ପାଇଁ ଚାରଟି ଟିମ ଗଠନ କରି ଭିନ୍ନ ଭିନ୍ନ ଗୋଷ୍ଠିରେ ବିଭକ୍ତ କରି ଚଢ଼ାଉ କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ରାତି ପ୍ରାୟ ଦୁଇଘଣ୍ଟ ସମୟରେ ଏକ ଅଟୋରେ ରୋଗୀଙ୍କୁ ମେଡିକାଲ ନେବା ବାହାନାରେ , ଅନ୍ୟ ଏକ ଟିମକୁ ମୂଲିଆ ଭେସରେ ଜୁଆ ଅଡାର ଚତୁରପାର୍ଶ୍ୱରେ ଜାଲ ବିଛାଇ ଥିଲେ। ନିଜେ ଆଇଆଇସି ପାତ୍ର ଚାଲି, ଚାଲି ରୋଗୀଙ୍କୁ ମେଡିକାଲ ନେବା ବାହାନାରେ ଦୁଇ ଜଣ ଶିଶୁଙ୍କୁ ଧରି ଚାଲି, ଚାଲି ଯାଇଥିଲେ। ଚାରଟି ଯାକ ପୋଲିସ ଟିମ ଜୁଆ ଆଡା ଚତୁରପାର୍ଶ୍ଵରେ ଉପସ୍ଥିତ ହୋଇ ଅଚାନକ ଚଢ଼ାଉ ଆରମ୍ଭ କରିଥିଲେ। ଚଢ଼ାଉ ବେଳେ ନଗଦ ୭୮ ହଜାର ଟଙ୍କା, ୧୦ଟି ମୋବାଇଲ, ପାଞ୍ଚଟି ବାଇକ ଜବତ କରିବା ସହ ୧୨ଜଣଙ୍କୁ ଗିରିଫ କରିଥିଲେ। ଏହି ଚଢ଼ାଉରେ ସବଇନିସିପେକ୍ଟର କେ.ଏମ. ସାହୁ, ଏସ. ଏସ. ମିଶ୍ର, ଏଏସଆଇ-ଜି. ଗଙ୍ଗା ରାଓ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ