ଯାଜପୁର ଜିଲ୍ଲାରୁ ଆସିଥିବା ଶଳାକୁ ଘରେ ରଖିଥିବା ଅଭିଯୋଗରେ ଭିଣୋଇ ଗିରଫ

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : କଂଟେନମେଂଟ ଜୋନ ଭାବେ ସରକାରୀ ସ୍ତରରେ ଘୋଷଣା କରାଯାଇଥିବା ଯାଜପୁର ଜିଲ୍ଲାରୁ ଆସିଥିବା ଶଳାକୁ ପ୍ରଶାସନ ଓ ପୋଲିସକୁ ନଜଣାଇ ଘରେ ରଖିବା ଅଭିଯୋଗରେ ଜନୈକ ଭିଣୋଇ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ସୂଚନା ମିଳିଛି । ଅଭିଯୋଗ ଅନୁଯାଇ ଟାଉନ ଥାନା ଅନ୍ତର୍ଗତ ବଡହାଟ-କ୍ୟୁରେସିମହଲାର ସେକ ହନାନଙ୍କ ପୁଅ ସେକ ସୁଫିୟାନା ଯାଜପୁରରୁ ଆସିଥିବା ତାର ଶଳାକୁ ପୋଲିସ ଓ ପ୍ରଶାସନକୁ ନଜଣାଇ ଘରେ ରଖିବା ନେଇ ସ୍ଥାନୀୟ ଅଂଚଳର ଲୋକଙ୍କ ବିରୋଧ କ୍ରମେ ସଂପୃକ୍ତ ଅଂଚଳର ଆଶା ହାସିନା ଖାତୁନ ଓ ଅଙ୍ଗନୱାଡି କର୍ମୀ ହାସିନା ବିବି ଟାଉନ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ପକ୍ଷରୁ ଥାନା କେଶ ନମ୍ବର ୬୪/୨୦୨୦ରେ ଏକ ମାମଲା ରୁଜୁ କରାଯାଇ ଯାଜପୁରରୁ ଆସିଥିବା ବ୍ୟକ୍ତିଙ୍କୁ ଖୋଜାଯାଇଥିଲା । କିନ୍ତୁ ପୋଲିସ ତାଙ୍କୁ ନପାଇବାରୁ ସେହି ବ୍ୟକ୍ତିଙ୍କୁ ପୋଲିସ ଓ ପ୍ରଶାସନକୁ ନଜଣାଇ ଘରେ ରଖିଥିବା ଅଭିଯୋଗରେ ବଡହାଟ-କ୍ୟୁରେସିମହଲାର ସେକ ସୁଫିୟାନାଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଟାଉନ ଥାନା ସବଇନିସପେକ୍ଟର ପ୍ରଜ୍ଞାଶ୍ରୀ ନାୟକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ