ଚାଷିଙ୍କୁ ଆବଶ୍ୟକ ମୁତାବକ ମିଳୁନୀ ମେଗା ଲିପ୍ଟ ପାଣି
ରାୟଗଡ଼ା,(ଦୁର୍ଗା ପ୍ରସାଦ ପାଢ଼ୀ):ରାୟଗଡ଼ା ଜିଲ୍ଲା ଗୁଣୁପୁର
ଚାଷି ଙ୍କ ନିମନ୍ତେ ରହିଛି ମେଗା ଲିଫ୍ଟ୍ ପଏଣ୍ଟ କିନ୍ତୁ ଆବଶ୍ୟକ ମୁତାବକ ଚାଷ ଜମିକୁ ମିଳୁନି ପାଣି, ସ୍ବଳ୍ପ ବୃଷ୍ଟି ଯୋଗୁଁ ଚାଷି ଚିନ୍ତାରେ ଥିବା ବେଳେ ଧାନ ଜମି ଫାଟି ଆଁ ହୋଇ ରହିଚି । ଅନ୍ୟପଟେ ଧାନ ଜମିର ଶିଷା ବାହାରି ମଥା ନଇଁଲାଣି। ଭୀମପୁର ପଞ୍ଚାୟତ ର ଦୀନ ବନ୍ଧୁପୁର ଠାରେ ପ୍ରବାହିତ ସାନ ନଦୀ ରେ ରହିଛି ପ୍ରକଳ୍ପ। ଆଡିବନ୍ଧ ନଥିବାରୁ ନଦୀରେ ପାଣି ପ୍ରବାହିତ ହେଉଛି ସ୍ବଳ୍ପ ପାଣି କୁ ନେଇ ଷ୍ଟୋରେଜ୍ ହୋଇପାରୁନି ପାଣି । ମେଗା ପ୍ରକଳ୍ପ ରୁ ଲିଫ୍ଟ ହୋଇପାରୁନି ପାଣି । ଜିଲ୍ଲାପାଳ ଙ୍କ ପାଖରେ ଅଭିଯୋଗ ପରେ ବି ଜିଲ୍ଲା ପ୍ରଶାସନ ଶୁଣୁନଥିବା ଅଭିଯୋଗ କରୁଛନ୍ତି ଚାଷୀ । ନଦୀ ରେ କାଠ, ଓ ବାଲି ବସ୍ଥା ଦେଇ ଅସ୍ଥାୟି ଆଡିବନ୍ଧ ନିର୍ମାଣ କଲେ ଦୁଇଟି ପଞ୍ଚୟତ ଭୀମପୁର ଓ ଟିଟିମିରି ର ଚାଷି। ସ୍ଥାୟି ସମାଧାନ ପାଇଁ ଚାଷି ମାନେ ଦାବି କରିଛନ୍ତି । ଜମିରେ ପାଣି ପହଞ୍ଚୁନଥିବାରୁ ଦୁର୍ଗା ପୂଜାରେ ଚାଷିଙ୍କ ଖୁସି ଛଡାଇଛି ଏହି ମେଗା ଲିଫ୍ଟ ପଏଣ୍ଟ ବୋଲି କହିଛନ୍ତି । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଅନ୍ତର୍ଗତ ଭୀମପୁର ପଞ୍ଚାୟତ ର ଦୀନ ବନ୍ଧୁପୁର ଠାରେ ରହିଛି ଏହି ପ୍ରକଳ୍ପ। ୨୦୧୫ ମସିହାରୁ ଏହି ପ୍ରକଳ୍ପ କାମ ଆରମ୍ଭ ହୋଇ ୨୦୧୯ ମସିହାରେ ପ୍ରକଳ୍ପ କାମ ଶେଷ ହୋଇଛି। ୨୧ .୭ କୋଟି ଟଙ୍କାରେ ଏହି ପ୍ରକଳ୍ପ ନିର୍ମାଣ ହୋଇଛି। ୩୩୬.୪୯ ହେକ୍ଟର ଚାଷ ଜମିକୁ ଜଳ ଯିବାର କ୍ଷମତା ରହିଛି। ଚାଷି ଙ୍କ ସ୍ବାର୍ଥକୁ ନେଇ ସାନନଦୀ ରେ ପୁର୍ବତନ ସରକାର ପ୍ରକଳ୍ପ କଲେ। କିଛିବର୍ଷ ପରେ ଏହି ପ୍ରକ୍ଳ୍ପ ସଠିକ୍ ରୁପେ ଚାଲିଛି ପ୍ରସାସନିକ ସ୍ତରରେ ଖାମଖିଆଲି ନିତୀ ଯୋଗୁଁ ଚାଷି ଜମିରେ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି। ନଦୀ ର ଯେଉଁ ସ୍ଥାନରୁ ପାଣି ଲିଫ୍ଟ ହେଉଛି ସେଠାରେ ପାଣି ଷ୍ଟୋରେଜ୍ ରହି ନପାରିବାରୁ ପାଣି ଲିଫ୍ଟ ହୋଇପାରୁନି। ସାନ ନଦୀର ପାଣି ପ୍ରବାହିତ ହେଉଛି କିନ୍ତୁ ଆଡିବନ୍ଧ ନଥିବାରୁ ପାଣି ଷ୍ଟୋରେଜ୍ ରହିପାରୁନି। ପାଣି ଷ୍ଟୋରେଜ୍ ରହିବା ପାଇଁ ପ୍ରକଳ୍ପ ନିକଟରେ ଥିବା ସାନନଦୀ ର ମଝିରେ ଆଡିବନ୍ଧ ନିର୍ମାଣ କରିବା ପାଇଁ ଚାଷି ଅନେକଥର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକଷ୍ଟ ରେ ଲିଖିତ ଅଭିଯୋଗ କରିଛନ୍ତି। ଏହାସହ ସ୍ଥାନିୟ ରାଜନେତା ମାନଙ୍କୁ ନଜରକୁ ନେଇଛନ୍ତି କିନ୍ତୁ ଆନ୍ତରିକତା ଅଭାବ ଯୋଗୁଁ ଚାଷି ହରଡଘଣାରେ ପଡୁଥିବା ଚାଷି ଅଭିଯୋଗ କରୁଛନ୍ତି। ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟି ଯୋଗୁଁ ଧାନ ଜମି ଫାଟି ଆଁ କରୁଛି। ଧାନ ଗଛ ର ଶିଶା ବାହାରି ମଥା ନୁଆଁଇଲାଣି ପାଣିର ଅଭାବ ଲାଗି ଚାଷିକୂଳ ଚିନ୍ତାରେ। ପ୍ରସାସନ ଶୁଣୁନଥିବାରୁ ବାଧ୍ୟ ହୋଇ ଦୁଇଟି ପଞ୍ଚାୟତର ଭୀମପୁର , ଗୁଡା, କୁଶୁମପଦର,ଟିଟିମିରି,ମୁଣ୍ଡା, ଶିଙ୍ଗାପଦର ଗ୍ରାମ ଚାଷିମାନେ ନିଜେ ନିଜର ପରିଶ୍ରମ କରି ନଦୀ ମଝିରେ କାଠ ଡାଳ ପକାଇ ବାଲିବସ୍ତା ଦେଇ ଅସ୍ଥାୟି ଆଡିବନ୍ଧ କରୁଥିବା ଦୃଶ୍ୟ ଦେଖିବାକୁ ମିଳଛିି। ଏହିଭଳୀ ପ୍ରତ୍ୟେକ ବର୍ଷ ଚାଷୀ ମାନେ ଏହି ଅସ୍ଥାୟି ଆଡିବନ୍ଧ କରୁଛନ୍ତି ପାଣି ଆସିଲେ ଏହାକୁ ଭସାଇ ନେଇଯାଉଛି ବୋଲି ଚାଷି କହିଛନ୍ତି। ଏହାର ସ୍ଥାୟି ସମାଧାନ ପାଇଁ ଚାଷି ମାନେ ଦାବି କରୁଛନ୍ତି।
ଚାଷି ବାରମ୍ବାର ଅଭିଯୋଗ କରୁଥିଲେ ବି କିଛି ସୁଫଳ ମିଳୁନଥିବା କହିଥିବା ବେଳେ ମେଗା ଲିଫ୍ଟ ବିଭାଗୀୟ ଅଧିକାରୀ ଙ୍କ ଠିକ୍ ଭାବେ ଦେଖାମିଳୁନାହିଁ। ଏପରିକି ଏହି ମେଗାଲିଫ୍ଟ ର କାର୍ଯ୍ୟାଳୟ ଗଜପତୀ ଜିଲ୍ଲାରେ ଥିବା ଚାଷି କହିଛନ୍ତି। ଯାହାଦ୍ବାରା ଚାଷି ସେମାନଙ୍କ ସହ ଯୋଗଯୋଗ ବି କରିପାରୁନାହାଁନ୍ତି। ଗଜପତୀ ଜିଲ୍ଲାରେ ଥିବା ମେଗାପ୍ରକଳ୍ପ ର ନିର୍ବାହି ଯନ୍ତ୍ରି ଆଡିବନ୍ଧ ନିର୍ମାଣ ପାଇଁ ପ୍ରସ୍ତାବ ପଠାଯାଇଛି ଅନୁଦାନ ଆସୁନଥିବା କହିଛନ୍ତି। ଅନୁଦାନ ଆସିଲେ କାମ ହେବ କହି ଝାଡି ହୋଇଯାଉଛନ୍ତି। ଚାଷିଙ୍କ ସମସ୍ୟାର ସମାଧାନ କେବେ ହେବ ତାକୁ ଦେଖିବାକୁ ବାକି ରହିଲା।