ଚାଷୀଙ୍କୁ ମାଗଣାରେ ବିହନ ବାଣ୍ଟିଲେ ସରପଞ୍ଚ 

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତରେ ଗତ ତିନିବର୍ଷ ଧରି ଚାଷୀମାନେ ଚାଷବାସ ପ୍ରତି ଆକୃଷ୍ଟ ହେଉ ନାହାନ୍ତି । ପ୍ରଥମତ ଜଳସେଚନର ସୁବିଧା ନଥିବାରୁ ଧାନଚାଷରେ କ୍ଷତି ସହୁ ଥିବାରୁ ଚାଷୀମାନେ ଚାଷ ପ୍ରତି ବିମୁଖ ହୋଇ ଆଉ ଚାଷ କରୁ ନାହାନ୍ତି । ଫଳରେ ଚାଷ ଜମି ଗୁଡିକ ପଡିଆ ପଡିବା ସହ ବର୍ଷସାରା ଗୋରୁ ଗାଈ ଚରୁଛନ୍ତି । ଯାହାକି ଆଗାମି ଦିନରେ ଲୋକମାନଙ୍କ ପାଇଁ ଏକ ସମସ୍ୟା ସୃଷ୍ଟି କରିବ । ଏହାକୁ ଦୃଷ୍ଟିରେ ରଖି ବାଲିବରେଇ ପଞ୍ଚାୟତର  ସରପଞ୍ଚ ହରପ୍ରୀୟା ଦଣ୍ଡପାଟ ଯେଉଁ ଚାଷୀମାନେ ଚାଷ କରିବାକୁ ଆଗ୍ରହୀ ଅଛନ୍ତି ସେହି ଚାଷୀ ମାନଙ୍କୁ ମାଗଣାରେ ଧାନ ବିହନ ଯୋଗାଇ ଦେବାପାଇଁ ନିଷ୍ପତି ନେଇଛନ୍ତି ।  ସରପଞ୍ଚ ହରପ୍ରୀୟା ଦଣ୍ଡପାଟ ନିର୍ବାଚନ ସମୟରେ ଚାଷୀ ମାନଙ୍କ ସ୍ୱାର୍ଥ ପାଇଁ କାମ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ବିଶେଷକରି ପଞ୍ଚାୟତର ଚାଷୀଙ୍କ ପାଇଁ ଜଳସେଚନର ବ୍ୟବସ୍ଥା କରିବା ସହିତ ଚାଷୀଙ୍କ ସ୍ୱାର୍ଥ ପାଇଁ କାମ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ସେହି ପ୍ରତିଶୃତିକୁ ରକ୍ଷା କରିବାକୁ ଯାଇ ଏବେ ଚାଷୀ ମାନଙ୍କୁ ଚାଷପ୍ରତି ଆଗ୍ରହ ସୃଷ୍ଟି କରିବା କୁ ଯାଇ ଚାଷୀ ମାନଙ୍କୁ ମାଗଣାରେ ବିହନ ଯୋଗାଇବାର ବ୍ୟବସ୍ଥା କରୁଥିବାରୁ ଅନେକ ଚାଷୀ ଆଜି ସରପଞ୍ଚଙ୍କ ଠାରୁ ବିହନ ନେଉଥିବା ଦେଖିବାକୁ ମିଳିଛି ।  ଆଜି ଠାରୁ ମାଗଣା ବିହନ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରିଥିବାବେଳେ ଆସନ୍ତା ଦୁଇ ତିନିଦିନ ପର୍ଯ୍ୟନ୍ତ ଏହା ଚାଲୁ ରହିବ ବୋଲି ସରପଞ୍ଚ ହରପ୍ରୀୟା ଦଣ୍ଡପାଟ ପ୍ରକାଶ କରିଛନ୍ତି । ଅଜୟ କୁମାର ଘଡେଇ କାର୍ଯ୍ୟକ୍ରମକୁ ସଞ୍ଚାଳନ କରୁଥିବାବେଳେ ହୃଷିକେଶ ମହାନ୍ତି, ବସନ୍ତ କୁମାର ପହି, ନିରୋଦ କୁମାର ସାମଲ, ଗୌରାଙ୍ଗ ସାମଲ, ରବିନ୍ଦ୍ର କୁମାର ଲେଙ୍କା, ଅନ୍ତର୍ଯ୍ୟାମୀ ରାଉତ, ଅଭୟ କୁମାର ବିଶ୍ୱାଳ, ସମିତିସଭ୍ୟ ଅଭୟ କୁମାର ଜେନା, ପୁର୍ଣ୍ଣଚନ୍ଦ୍ର ମଲ୍ଲିକ, ନରହରି ରାଉତ, ଦିଲ୍ଲିପ ରାଉଳ, ଗୋପୀନାଥ ଦିଅ, ଜଗା ହୋ , ସିଙ୍ଗା ହୋ ପ୍ରମୁଖ ସହଯୋଗ କରୁଛନ୍ତି । ସରପଞ୍ଚଙ୍କ ଏପରି ପଦକ୍ଷେପକୁ ବୁଦ୍ଧିଜିବୀ ମହଲରେ ପ୍ରସଂଶା କରାଯାଇଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ