ଚାଷୀ ମାନଙ୍କର ଜମି କୁ ଜଳସେଚନ ସମସ୍ୟା ର ସମାଧାନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳ ଚାଷୀ ମାନଙ୍କର ଜମିକୁ ଜଳସେଚନ ସମସ୍ୟାର ସମାଧାନ ଓ ଅସାଧୁ ବ୍ୟକ୍ତିଙ୍କ ଅକ୍ତିଆରରେ ଥିବା ନାଳ ଓ ସରକାରୀ ଜମିକୁ ଉଦ୍ଧାର କରିବା ସକାଶେ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର କୃଷକ ସଂଘ ପକ୍ଷରୁ ଓଡିଶା ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଗଞ୍ଜାମ ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି, ସବ୍-ମାଇନର ଗେଟ୍ ନଂ-୨୨ ଠାରୁ ବାହାରିଥିବା ନାଳ (ଧାଡ଼ିଆମ୍ୱନାଳ) ସମ୍ପୂର୍ଣ ପୋତି ହୋଇଯାଇଛି, . ସବ୍-ମାଇନର୍ ଗେଟ୍ ନମ୍ବର-୨ ୧ ବିଏସଏନଏଲ ଅଫିସ ଠାରୁ ଅଙ୍କୁଳା ବନ୍ଧ ଦେଇ କାଠୁଆ ନାଳ ପର୍ଯ୍ୟନ୍ତ ଯାଇଥିବା ନାଳ ଉଦ୍ଧାର ଅସମ୍ପୂର୍ଣ ହୋଇ ରହିଛି । କାରଣ କେତେକ ଅସାଧୁ ବ୍ୟକ୍ତି ଉକ୍ତ ନାଳକୁ ଅଧିକାରରେ ରଖିଛନ୍ତି, ପୁରୁଷୋତ୍ତମପୁର ଏନଏ ସି ନାଳର ମଇଳା ପାଣି ବିଏସଏନଏଲ ଅଫିସ ଠାରୁ ଯାଇ ବିଲରେ ପଶି ସବୁବେଳେ ଫସଲ ନଷ୍ଟ ହେଉଛି ଓ ଏନଏସି କର୍ତ୍ତୃପକ୍ଷଙ୍କୁ ବାରମ୍ଵାର ଅଭିଯୋଗ କଲେ ମଧ୍ୟ ଏହାର କୌଣସି ସମାଧାନ କରାଯାଉନାହିଁ । ଏନଏସି ଉକ୍ତ ମଇଳା ପାଣିକୁ କାଠୁଆ ନାଳରେ ପକାଇବା ବ୍ୟବସ୍ଥା କରାଯାଉ । ସ୍ବପ୍ଲେଶ୍ବର ମନ୍ଦିର ଛକ ଠାରୁ ବଡ଼ ଶଙ୍ଖ ପର୍ଯ୍ୟନ୍ତ ଦୀର୍ଘ ତିନିବର୍ଷ ହେଲା କଂକ୍ରିଟ୍ ଡ୍ରେନ୍ କାମ ଚାଲିଛି କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ସମାପ୍ତ ହୋଇପାରି ନାହିଁ । ପୋତି ହୋଇ ରହିଥ‌ିବା ଅନ୍ୟ କେତୋଟି ନାଳ କିଛି ପ୍ଳଟ୍ ବେପାରୀ ଓ ସ୍ବାର୍ଥପର ଲୋକ ନିଜ ଅକ୍ତିଆରରେ ରଖୁଛନ୍ତି, ଯାହାପଳରେ ପାଣି ନିଷ୍କାସନ ନହୋଇ ଫସଲ ନଷ୍ଟ ହେଉଛି । ଉଦାହରଣ ସ୍ବରୂପ ଲୁଙ୍ଗିଆଧାର, ଧାଡିଆମ୍ବ, ଗୁଣ୍ଡୁଚି, ଆଙ୍କୁଲା, ଚତରା ଇତ୍ୟାଦି । ବଡ଼ ଶଙ୍ଖ ଉପରକୁ ଥିବା ଲୁଙ୍ଗି ଘାଇ (ଜଳାଧାର) ସମ୍ପୂର୍ଣ୍ଣ ପୋତି ହୋଇଯାଇଛି । ଉକ୍ତ ନାଳକୁ ପୁନରୁଦ୍ଧାର କରାଯାଉ, ଉଦାହରଣ ସ୍ବରୂପ- ଚତୁରା ନାଳ, ପାଳଧୁଆ ଘାଇ ଇତ୍ୟାଦି । କାଠୁଆ ନାଳର ବଡ଼ଶଙ୍ଖ, ଚତୁରା ନାଳ ଓ ଆଙ୍କୁଲା ନାଳର ଉଚିତ ଜାଗା ନିର୍ଦ୍ଧାରଣ ନିମନ୍ତେ ଜଗନ୍ନାଥପୁର ଡ୍ରେନେଜ୍ ଡିଭିଜନ୍ ତରଫରୁ ପୁରୁଷୋତ୍ତମପୁର ତହସିଲଦାରଙ୍କ ନିକଟରେ ଡିମାରକେସନ ପାଇଁ ବାରମ୍ଵାର ଆବେଦନ କରାଯାଇଛି । କିନ୍ତୁ ସ୍ଥାନୀୟ ତହସିଲଦାର ସେ ଦିଗରେ କୌଣସି ପ୍ରକାର ଦୃଷ୍ଟି ଦେଉନାହାନ୍ତି । କାଠୁଆ ନାଳରେ ଦୁଇଟି ଚେକ୍ ଡ୍ୟାମ୍ ନିର୍ମାଣ କରାଯାଇଛି ଉକ୍ତ ଗେଟ୍ ଗୁଡିକର ରକ୍ଷଣାବେକ୍ଷଣଅଭାବରୁ ଗେଟ୍ ଗୁଡିକ ଭାଙ୍ଗି ଗଲାଣି । ଉକ୍ତ ବିଷୟରେ ଡ୍ରେନେଜ୍ ବିଭାଗକୁ ବାରମ୍ଵାର ଅବଗତକରାଗଲେ ମଧ୍ଯ କୌଣସି ଗୁରୁତ୍ବ ଦିଆଯାଉନାହିଁ ।ଡ୍ରେନେଜ୍ ବିଭାଗକୁ କାଠୁଆ ନାଳ ପାର ହେବା ପାଇଁ ପୋଲ ନିର୍ମାଣ କରିବାକୁ ବାରମ୍ଵାର ଅନୁରୋଧ କରାଯାଇଛି, କିନ୍ତୁ ଯେଉଁଠାରେ ଆବଶ୍ୟକ ସେଠାରେ ନକରି ବ୍ରିଜ୍‌ ପାଖରେ ପୁଣି ଏକ ବ୍ରିଜ୍‌ ନିର୍ମାଣ କରୁଛନ୍ତି, ଉଦାହରଣ ସ୍ବରୂପ ଶିକୁଳା ଗ୍ରାମକୁ ରାସ୍ତା ନିକଟ ଚତରା ନାଳ ପାଖରେ ୧୦ ମିଟର
ବ୍ୟବଧାନରେ ଦୁଇଟି ବ୍ରିଜ୍ ତିଆରି ହୋଇଛି ।ଏ ସବୁ ବିଷୟ ସ୍ଥାନୀୟ ପ୍ରଶାସନଙ୍କୁ ବାରମ୍ବାର ଅବଗତ କରାଇଲେ ସୁଧା ସେମାନେ ପରସ୍ପର ଉପରେ ଦୋଷ ଲଦି ନିଶ୍ଚିନ୍ତ ରହୁଛନ୍ତି । ଯାହାଦ୍ବାରା କି ଚାଷୀମାନେ ବହୁତ ଅସୁବିଧା ଓ କ୍ଷତିର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ବିଭାଗର ସମନ୍ଵୟ ଅଭାବରୁ ଉକ୍ତ କାର୍ଯ୍ୟ ଗୁଡ଼ିକ ହୋଇପାରୁ ନାହିଁ । ଏଣୁ ଉପରୋକ୍ତ ଅସୁବିଧା ଗୁଡ଼ିକର ସମାଧାନ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସେମାନେ ଉକ୍ତ ସ୍ମାରକ ପତ୍ର ରେ ଉଲ୍ଲେଖ କରିଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର କୃଷକ ସଂଘ ର ସଭାପତି, ସମ୍ପାଦକ, ଉପଦେଷ୍ଟା ଓ କୋଷାଧ୍ୟକ୍ଷ ଙ୍କ ସମେତ ବହୁ ଚାଷୀ ମାନେ ଉପସ୍ଥିତ ଥିଲେ, ଏହା ସହିତ ସଂଘ ପକ୍ଷରୁ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ ଙ୍କୁ ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ମିଶି ଘଟଣା ସମ୍ପର୍କ ରେ ଅବଗତ କରାଇଛନ୍ତି, ଏହି ଅବସର ରେ ଚାଷୀ ନେତା ସିମାଞ୍ଚଳ ନାହାକ ଓ ସୀତାରାମ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ