ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ମେସିନ ଲୋକଙ୍କ ସେବାରେ ଆସିବ କେବେ ? : ଅଂଚଳବାସୀ ହନ୍ତସନ୍ତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-ସ୍ୱ୍ୟାସ୍ଥ୍ୟ ସେବା କୁ ନିୟନ୍ତଣ କରିବାକୁ ରାଜ୍ୟ ସରକାର ମୋ ସରକାର ଯୋଜନା ହାତକୁ ନେଇଛନ୍ତି । କିନ୍ତୁ ତାହା ବାଲିଗୁଡାରେ କାର୍ଯ୍ୟ କରୁନାହିଁ । ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତମ ଭିତିଭୁମି ଥିଲେ ମଧ୍ୟ କାମରେ ଆସୁନି । ଏହି ଚିକିତ୍ସାଳୟରେ ଲୋକଙ୍କ ସେବା ନିମନ୍ତେ ବିଭିନ୍ନ ସାମଗ୍ରି ରହିଅଛି କିନ୍ତୁ କାମରେ ଆସୁନାହିଁ ଅପରପଟେ ଡାକ୍ତର ପଦବୀ ଅଛି ମାତ୍ର କିନ୍ତୁ ଡାକ୍ତର ନାହାନ୍ତି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ମେସିନ କାର୍ଯ୍ୟରେ ଲାଗୁନି । ଅଲଟ୍ରାସାଉଣ୍ଡ କାର୍ଯ୍ୟକ୍ଷମ ହେବା ନିମନ୍ତେ ସବୁ ପ୍ରକାରର ଅନୁସାଙ୍ଗିକ ବ୍ୟବସ୍ଥା ଥାଇ ସୁଧା ଅଲଟ୍ରାସଉଣ୍ଡ ମେସିନ ଟି ଜନସାଧାରଣଙ୍କ କାମରେ ଆସିପାରୁନାହିଁ । । ଏହି ଉପଖଣ୍ଡ ଚିିକିତ୍ସାଳୟ ବର୍ତମାନ କୋମାରେ । ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ଉପଖଣ୍ଡ ତଥା ଜିଲ୍ଲାର ସର୍ବପୁରାତନ ଚିକିତ୍ସାଳୟ । ଏହି ଚିକିତ୍ସାଳୟ ଉପରେ ବାଲିଗୁଡା ସମେତ ବହୁ ବ୍ଲକ ତଥା କୋଟଗଡ,ତୁମୁଡିବନ୍ଧ,କ.ନୁଆଗାଁ,ରାଇକିଆ,ଦାରିଙ୍ଗବାଡି ଆଦି ବ୍ଲକର ବସବାସ କରୁଥିବା ଲକ୍ଷାଧିକ ଲୋକଙ୍କ ସମେତ ପଡୋଶି ଜିଲ୍ଲା କଳାହାଣ୍ଡି ଜିଲ୍ଲାର ମହନଗିରି,ଉଲାଦାନିବୌଦ୍ଧ ଜିଲ୍ଲା ଓ ସୋନପୁର ଜିଲ୍ଲାର ବହୁ ସୀମାତ ଅଂଚଳର ଗ୍ରାମ ଗୁଡାକ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ଉପରେ ଭରସା ଓ ନିର୍ଭର କରିଥାନ୍ତି । ପ୍ରତ୍ୟେକ ଦିନ ଏହି ଚିକିତ୍ସାଳୟକୁ ବିଭିନ୍ନ ରୋଗର ଚିକିତ୍ସା ନିମନ୍ତେ ଚିକିତ୍ସିତ ହେବାକୁ ଶତାଧିକ ରୋଗୀ ଆସିଥାନ୍ତି । ଆଖପାଖ ବ୍ଲକର ଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରୁ ଗୁରୁତର ଅବସ୍ଥାରେ ଥିବା ରୋଗୀ ମାନଙ୍କୁ ଅଧିକା ଚିକିତ୍ସା ନିମନ୍ତେ ଏହି ଉପଖଣ୍ଡ ଚିକିତ୍ସାଳୟକୟ ହୋଇଥାନ୍ତି । ଏହି ଚିକିତ୍ସାଳୟକୁ ଉପଖଣ୍ଡ ଅଧିକାଂଶ ବ୍ଲକର ଗର୍ଭବତୀ କହିଳା ମାନେ ଗର୍ଭପାତ କରାଇବା ପାଇଁ ଆସିଥାନ୍ତି ଦିନକୁ ହାରାହାରି ୧୦ ଜଣ । ଗର୍ଭବତୀ ମହିଳା ମାନଙ୍କୁ ଅଲଟ୍ରାସାଉଣ୍ଡ କରାଇବା ନିମନ୍ତେ ଡାକ୍ତର ପରାମର୍ଶ କରୁଛନ୍ତି ଖାଲି ଗର୍ଭବତୀ ମହିଲା ନୁହନ୍ତି ଅନ୍ୟ ରୋଗକୁ ମଧ୍ୟ ଅଲଟ୍ରାସଉଣ୍ଡ କରାଇବାକୁ ଡାକ୍ତର ପରାମର୍ଶ କରନ୍ତି । କିନ୍ତୁ ଅଂଚଳର ମହିଳାଓ ଅନ୍ୟ ମାନେ ଅଲଟ୍ରାସାଉଣ୍ଡ କରାଇବା ନିମନ୍ତେ ହଜାର ହଜାର ଖର୍ଚ୍ଚାନ୍ତ ହେବାକୁ ପଡୁଅଛି ।କାରଣ ଅଲଟ୍ରାସାଉଭ୍ଡ କରାଇବା ନିମନ୍ତେ ଯିବାକୁ ପଡୁଛି ଜିଲ୍ଲା ଚିକିତ୍ସାଳୟ ନତୁବା ବ୍ର୍ୱ୍ହ୍ମପୁରକୁ । ଅଲଟ୍ରାସାଉଣ୍ଡ କରାଇବା କୁ ଖର୍ଚ୍ଚାନ୍ତ ହେବା ସହ ପ୍ରାୟ ଦୁଇଦିନ ଲାଗେ ରହିବାକୁ । ଏହି ବାବଦରେ ଲୋକଙ୍କ ହଜାର ହଜାର ଟଙ୍କା ଖର୍ଚାନ୍ତ ହେବାକୁ ପଡୁଛି । ଅପରପଟେ ବଉଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଅଲଟ୍ରାସଉଣ୍ଡ ବ୍ୟବସ୍ଥା ରହିଅଛି ଓ ଏହି ଅଲଟ୍ରାସାଉଣ୍ଡକୁ ଚଲାଇବା ନିମନ୍ତେ ଜଣେ ଡାକ୍ତର ଟେନିଂ ନେଇ ଆସିଛନ୍ତି । ଅଲ୍ରାସାଉଣ୍ଡ ବ୍ୟବସ୍ଥା ଏହି ଚିକିତ୍ସାଳୟରେ ପ୍ରାୟ ଦେଢ ବର୍ଷରୁ ଅଧିକ ଦିନ ହେବ କାର୍ଯ୍ୟକ୍ଷମ ହୋଇ ରହିଅଛି । କିନ୍ତୁ ସେହି ମେସିନ କୁ ଚଲାଇବାକ କେହି ବିଶେଷଜ୍ଞ ବା ଅଭିଜ୍ଞ ଡାକ୍ତର ନିୟୋଜିତ ହୋଇ ନଥିଲେ କିନ୍ତୁ ବର୍ତମାନ ଜଣେ ଅଭିଜ୍ଞ ଡାକ୍ତର ଟ୍ରେନିଂ ଆସିଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ଲକ୍ଷାଧିକ ଟଙ୍କାର ଏହି ମେସିନ କାର୍ଯ୍ୟକାରୀ ହେଉନି ବା କାହାର ସେବାରେ ଆସିପାରୁନାହିଁ । ବାଲିଗୁଡା ଉପଖଣ୍ଡର ଅଧିକାଂଶ ଲୋକେ ଗରୀବ ଓ ନିରିହ ଲୋକ ସେମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ବାହାର ଜିଲ୍ଲାକୁ ଯାଇ ଅଲଟ୍ରାସଉଣ୍ଡ ରିପୋର୍ଟ ଆଣିବାର ସକ୍ଷମ ହେଇପାରୁନାହାନ୍ତି । ବାଲିଗୁଡା ବ୍ଲକର ଉପାନ୍ତ ଅଂଚଳର ଅଧିକାଂଶ ଗ୍ରାମକୁ ରାସ୍ତା ନାହିଁ ତ ଆମ ଅଂଚଳ ଲୋକ କିଭଲି ଅନ୍ୟତ୍ର ଯାଇ ଅଲଟ୍ରାସଉଣ୍ଡ କରାଇବେ ଏହା ଆମ ପାଖେ ସମ୍ଭବପର ନାହିଁ ବୋଲି କହିଛନ୍ତି ଅଂଚଳବାସୀ ତେଣୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଅଲଟ୍ରାଉଣ୍ଡ ବ୍ୟବସ୍ଥା କରାଗଲେ ବହୁ ଲୋକ ଉପକୃତ ହେବେ ବୋଲି ସାଧାରଣରେ ଦାବୀ ହେଉଛି । ।ଅଲଟ୍ରାସଉଣ୍ଡ ଓ ଇସିଜି ମେସିନ ଥାଇ କାହିଁକି ବ୍ୟବହାର କରାଯାଉନାହିଁ ବୋଲି ଉପଖଣ୍ଡ ଚିକିତ୍ସାଳ୍ୟ ଦ୍ୱାୟୀତ୍ୱ ରେ ଥିବା ସୁପରିଟେଡେଣ୍ଟ ଡାକ୍ତର ବିଜୟ କୁମାର ସୁର ଙ୍କୁ ପଚାରିବାରୁ ସେ କହିଛନ୍ତି ଏହି ଦୁଇ ମେସିନ ଅଛି ଓ ଇନଷ୍ଟାଲ ବି ହୋଇଛି କିନ୍ତୁ ଅଭିଜ୍ଞ ଡାକ୍ତର ନଥିବା ହେତୁ ଏହଜା ଲୋକଙ୍କ ସେବାରେ ଆସିପାରୁ ନାହିଁ ଆମେ ସିଡିଏମଓ ଓ ଜିଲ୍ଲାପାଳଙ୍କୁ ଏହାକୁ ନେଇ ଅବଗତ କରାଇଛୁ ବୋଲି କହିଛନ୍ତି । ଡାକ୍ତର ପଦବୀ ପୁରଣ ସହ ଅଲଟ୍ରାସାଉଣ୍ଡ ଓ ଇସିଜି ମେସିନ ଲୋକ ସେବାରେ ଲଗାଇବା ପାଇଁ ସାଧାରଣରେଦାବୀ ହେଉଛି । ନତୁବା ଆଗାମି ଦିନରେ ଜନତା ଏହାକୁ ନେଇ ଜନ ଆନ୍ଦୋଳନ କରିବାକୁ ସଜବାଜ ହେଉଛନ୍ତି ।


