ଚିତ୍ରଗୁପ୍ତଙ୍କ ପୂଜା ଅନୁଷ୍ଠିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କରଣ ସମାଜର କୁଳଗୁରୁ ଭଗବାନ ଚିତ୍ରଗୁପ୍ତଙ୍କ ପୂଜା ସ୍ଥାନୀୟ ପାହାଡପୁର ମଠରେ କେନ୍ଦ୍ରାପଡା ଜିଲ୍ଲା କରଣ ସମାଜ ପକ୍ଷରୁ ରୀତିନୀତି ଅନୁଯାୟୀ ଅନୁଷ୍ଠିିତ ହୋଇଯାଇଛି । ଏହି ଅବସରରେ ଘଟ ସ୍ଥାପନ, ପୂଜାର୍ଚ୍ଚନା, ହୋମଯଜ୍ଞ, ପୁଷ୍ପାଞ୍ଜଳି ପ୍ରଭୃତି ଅନୁଷ୍ଠିତ ହୋଇଥିଲା । ଚଳିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଆଳିର ଛାତ୍ର ସୁମନ ରାଜା ମହାନ୍ତିଙ୍କୁ କରଣ ସମାଜ ପକ୍ଷରୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପତି ଡା. ରମାନାଥ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୈଳାସ ଚନ୍ଦ୍ର ମହାନ୍ତି, ଶୈଳେନ୍ଦ୍ର ନାଥ ମହାନ୍ତି, ମାତୃଦତ୍ତ ମହାନ୍ତି, ବିଜୟ କିଶୋର ମହାନ୍ତି, ମନୋଜ କୁମାର ମହାନ୍ତି, ସୁଧାଂଶୁ ଶେଖର ରାୟ, ବସନ୍ତ କୁମାର ଦାସ, ସଚ୍ଚିନନ୍ଦନ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ