ସଢ଼ା ପଞ୍ଚାୟତର ହରିଶ୍ଚନ୍ଦ୍ର ଯୋଜନା ହରିଲୁଟ ଘଟଣା, ପରିବାର ଲୋକେ ତଦନ୍ତ ଦାବି କଲେ

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲଟି ଏବେ ସମସ୍ତ ପ୍ରକାର ଦୁର୍ନୀତି ପାିଁ ସମଗ୍ର ରାଜ୍ୟରେ ଚର୍ଚ୍ଚାରେ ରହିଛି । ଏଠି ଆବାସ ଯୋଜନା ଦୁର୍ନୀତି ହେଉ କିମ୍ବା ଭତ୍ତା ଯୋଜନା, ମନରେଗା ଯୋଜନା ହେଉ କି ହରିଶ୍ଚନ୍ଦ୍ର ଯୋଜନା ସବୁଥିରେ ମାଳ ମାଳ ଦୁର୍ନୀତି । ହରିଶ୍ଚନ୍ଦ୍ର ଯୋଜନାର ଦୁର୍ନୀତି ଏବେ ପୃଷ୍ଠା ପୃଷ୍ଠା ହୋଇ କଡ ଲେଉଯାଇ ଚାଲିଛି । ପ୍ରଥମେ ଶାଳଣିଆଁ ପଞ୍ଚାୟତ, ପରେ ବାଲିବରେଇ ପଞ୍ଚାୟତ ଆଉ ଏବେ ସଢ଼ା ପଞ୍ଚାୟତ । ସଢ଼ା ପଞ୍ଚାୟତରେ ହୋଇଥିବା ଦୁର୍ନୀତି ଏବେ ଅନ୍ୟ ପଞ୍ଚାୟତ ଠାରୁ ବଳି ପଡିଛି । ଏହି ପଞ୍ଚାୟତର ମିଠିଗାଁ ଗ୍ରାମରେ ମାଳତୀ ସାହୁ ନାମକ ଜଣେ ମହିଳା ଜୀବୀତ ଥାଉ ଥାଉ ତାକୁ ହରିଶ୍ଚନ୍ଦ୍ର ଯୋଜନାରେ ମାତ୍ର ଦୁଇ ହଜାର ଟଙ୍କା ପାଇଁ ତାଙ୍କୁ କାଗଜପତ୍ରରେ ମାରିଦିଆଯାଇ ଅନୁଦାନ ଉଠାଇ ନିଆଯାଇଛି । ମାଳତୀଙ୍କ କହିବାନୁଯାଇ ସେ ଜୀବୀତ ଥାଉ ଥାଉ ତାଙ୍କୁ ମୃତ ଦର୍ଶାଯାଇ ହରିଶ୍ଚନ୍ଦ୍ର ଟଙ୍କା ଉଠାଯାଇଥିବା ସମ୍ପର୍କରେ ସେ ଆଜି ଖବରକାଗଜରୁ ଜାଣିବାକୁ ପାଇଥିଲେ । ଏହା ଜାଣିବାପରେ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ସଢ଼ା ପଞ୍ଚାୟତରେ ଏପରି କର ସବୁ ସମ୍ଭବ ହୋଇ ପାରୁଛି । ତାଙ୍କ ଶାଶୁ ଗତବର୍ଷ ମୃତୁ୍ୟବରଣ କରିଥିବାବେଳେ ତାଙ୍କ ଯଙ୍କା ଆଜି ପର୍ଯ୍ୟନ୍ତ ମିଳିଲାନାହିଁ । ଅଥଚ ସେ ବଞ୍ଚି ଥାଉ ଥାଉ ତାଙ୍କୁ ମୃତ ଦେଖାଯାଇ ଟଙ୍କା ଉଠାଇ ନିଆଯାଇଛି । ସେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ସେହିପରି ପଦାରୁଖା ଗ୍ରାମର ବିକ୍ରମ ମୁର୍ମୁଙ୍କ ପୁଅ କୁଅଁର ମୁର୍ମୁ ଗତବର୍ଷ ମୃତୁ୍ୟବରଣ କରିଥିଲେ । ସେ ଏନେଇ ଅନେକବାର ପଞ୍ଚାୟତକୁ ଯାଇଥିଲେ ମଧ୍ୟ ତାଙ୍କ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ଦିଆଯାଇ ନଥିଲା । କିନ୍ତୁ ସେ ଆଜି ଶୁଣିବାକୁ ପାଇଥିଲେ ଯେ ତାଙ୍କ ପୁଅର ସଂସ୍କାର ଟଙ୍କା ଦୁଇ ଦୁଇଥର ଉଠାଯାଇଛି । କିନ୍ତୁ ସେ ତ ଟଙ୍କାଟିଏ ପାଇନାହାନ୍ତି, ତେଣୁ କିଏ ତାଙ୍କ ଟଙ୍କା ଉଠାଇ ଖାଇଛି ତାହାର ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି । ସେହିପରି ମଉଦା ଗ୍ରାମର ମଞ୍ଜୁଲତା ବାରିକ ଗତ ତିନିବର୍ଷ ପୁର୍ବେ ମୃତୁବରଣ କରିଥିଲେ ମଧ୍ୟ ତାଙ୍କ ସ୍ୱାମୀ ବୁଦ୍ଧଦେବ ବାରିକଙ୍କୁ ହରିଶ୍ଚନ୍ଦ୍ର ଯୋଜନାର ଟଙ୍କା ଦିଆଗଲା ନାହିଁ । କିନ୍ତୁ ଏବେ ତାଙ୍କ ନାମରେ ଦୁଇଦୁଇଥର ହରିଶ୍ଚନ୍ଦ୍ର ଟଙ୍କା ଉଠାଯାଇଛି ବୋଲି ଜାଣିବାପରେ ବୁଦ୍ଧଦେବ ଓ ତାଙ୍କ ପରିବାର ଲୋକେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଆଜି ଖବରକାଗଜରୁ ଏହା ଜାଣିବାପରେ ଏହାର ଉପଯୁକ୍ତ ତଦନ୍ତ ହେଉ ଓ ଦୋଷୀଙ୍କୁ ଦଣ୍ଡବିଧାନ କରାଯାଉ ବୋଲି ଦାବି କରିଛନ୍ତି । ମଞ୍ଜୁଲତା ଥରେ ତ ମଲେ ତାଙ୍କୁ ଦୁଇ ଦୁଇଥର ମାରିଲା କିଏ ବୋଲି ଓଲଟା ପ୍ରଶ୍ନ କରିଛନ୍ତି । ସଢ଼ା ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବିଭିନ୍ନ ଗ୍ରାମର ଗ୍ରାମବାସୀମାନେ ମଧ୍ୟ ଅଭିଯୋଗ କରିଛନ୍ତି । ଶହଶହ ହିତାଧିକାରୀ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ପାଇନଥିବା କହୁଛନ୍ତି । ଏହି ଅନୁଦାନ ଟଙ୍କା ପଞ୍ଚାୟତର ପିଇଓ ମାନଙ୍କ ଦ୍ୱାରା ପ୍ରଦାନ କରାଯାଉ ଥିବାବେଳେ ତତକାଳୀନ ପିଇଓ ଏ ବାବଦରେ ମୁହଁ ଖୋଲୁ ନାହାନ୍ତି । ଅଧିକାଶଂ ଆବେଦନ ପତ୍ରରେ ହିତାଧିକାରୀଙ୍କ ଫୋନନମ୍ବର ସ୍ଥାନରେ ଜି.ଆର.ଏସ ଅନନ୍ତ ଚରଣ ସ୍ୱାଇଁଙ୍କ ମୋବାଇଲ ନମ୍ବର ବ୍ୟବହାର କରାଯାଇଥିବାରୁ ଏଥିରେ ଦୁର୍ନୀତି ଗୁଡିକ ଜଳଜଳ ହୋଇ ଦିଶୁଛି । ଏ ସମ୍ପର୍କରେ ଜିଆରଏସ ଅନନ୍ତ ଚରଣ ସ୍ୱାଇଁଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଯିଏ ଯେଉଁଠି ଆବେଦନ କରୁଛି, ମୋ ନମ୍ବର କିଏ ପକାଇଲା ମୁଁ ଜାଣି ନାହିଁ ବୋଲି ସଫେଇ ଦେଉଛନ୍ତି । ଜିଲ୍ଲା ପ୍ରଶାସନ ହାଟଡିହି ବ୍ଲକର ଏହି ହରିଶ୍ଚନ୍ଦ୍ର ଯୋଜନା ହରିଲୁଟର ଉପଯୁକ୍ତ ତଦନ୍ତ କଲେ ବହୁ ରହସ୍ୟ ଉନ୍ମୋଚନ ହୋଇ ପାରନ୍ତା ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ