ଚିତ୍ରରେ ମୁକ୍ତି ସଂଗ୍ରାମର ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଦେଶଭକ୍ତ ତଥା ଆଜାଦ୍ ହିନ୍ଦ୍ ଫୌଜ୍ର ମହାନ୍ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କର ବୀରତ୍ୱ, ବଳିଦାନ, ଅଦମ୍ୟ ସାହାସ ଓ ଅସୀମ ଦେଶ ପ୍ରେମର ସ୍ମୃତିକୁ ମନେ ପକାଇଛନ୍ତି ଭୁବନେଶ୍ୱର ଭୀମଟାଙ୍ଗି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୪ର୍ଥ ଶ୍ରେଣୀର ଛାତ୍ର ଶାନ୍ତନୁ ଶାନ୍ତିସ୍ୱରୂପ । କେବଳ ପେନ୍ସିଲ୍କୁ ବ୍ୟବହାର କରି ଶ୍ରଦ୍ଧାର ସହ ନିଖୁଣ ରୂପେ ଆଙ୍କିଛନ୍ତି ଏହି ଜନନାୟକଙ୍କର ଫଟୋଚିତ୍ର ଏବଂ ଜଣାଇଛନ୍ତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ସେ କୁହନ୍ତି ବ୍ରିଟିଶ୍ ଶାସନରୁ ଭାରତ ସ୍ୱାଧୀନତା ପାଇବାରେ ନେତାଜୀଙ୍କ ଅବଦାନ ଅବିସ୍ମରଣୀୟ । ତାଙ୍କର ନୀତି, ଆଦର୍ଶ ଏବଂ ତ୍ୟାଗକୁ ଅନୁସରଣ କଲେ ଦେଶ ସମୃଦ୍ଧ ହୋଇଯିବ । କମ୍ ବୟସରେ ଶାନ୍ତନୁଙ୍କ ଏଭଳି ଚିନ୍ତାଧାରାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ୱାଗତ କରାଯାଇଛି ।


