ଏ.କରଡାବାଡ଼ି ପଞ୍ଚାୟତରେ “ଆମ ଓଡ଼ିଶା ନବୀନ ଓଡିଶା” ସଚେତନତା ଶିବିର

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ଏ.କରଡାବାଡ଼ି ଗ୍ରାମ ପଞ୍ଚାୟତର ଏ.କରଡାବାଡ଼ି ଗ୍ରାମରେ ଜାନୁଆରୀ ୨୩ ତାରିଖ ଦିନ “ଆମ ଓଡ଼ିଶା, ନବୀନ ଓଡିଶା” ଆନୁକୂଲ୍ୟରେ ବିଭିନ୍ନ ବିଭାଗର ପକ୍ଷରୁ ମିଳୁଥିବା ସୁବିଧା ସୁଯୋଗ ବିଷୟରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବୁଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦାନ କରିଥିଲେ। ବିଧାୟକ ଶ୍ରୀ ସାହୁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ସୂଚନା ଦେବା ସହ ସମସ୍ତ ଯୋଜନାର ସୁଯୋଗ ନେବାପାଇଁ ଉପସ୍ଥିତ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ସରପଞ୍ଚ ରିଙ୍କି ଦାସ, ସମିତିସଭ୍ୟା , ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ପାଙ୍ଗିଡ଼ି ସରପଞ୍ଚ ଭାଗ୍ୟଲତା ବିଷୋୟୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଜିପିଓ ମନୋଜ କୁମାର ସାହୁ ସଂଯୋଜନା କରିଥିବା ବେଳେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପରିଚାଳନାରେ ସହଯୋଗ କରିଥିଲେ। ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଓ ମହିଳା ଗୋଷ୍ଠୀଙ୍କ ପକ୍ଷରୁ ଷ୍ଟଲ ଖୋଲାଯାଇ ନିଜ ବିଭାଗର ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ସାହୁ ମହିଳା ଗୋଷ୍ଠୀଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ଋଣ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ