ଚିଦାମ୍ବରମଙ୍କ ଆତ୍ମସମର୍ପଣ ଆବେଦନ ଖାରଜ

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ତିହାର ଜେଲରେ ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଆଜି ପୁଣି ଶକ୍ତ ଝଟ୍କା ଲାଗିଛି । ଚିଦାମ୍ବରମ ଆଇଏନଏକ୍ସ ମିଡିଆ ମନି ଲଣ୍ଡ୍ରିଂ ମାମଲାର ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ରେ ଆତ୍ମସମର୍ପଣ ପାଇଁ ଚାହିଁଥିଲେ । ଏବଂ ଏ ନେଇ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଆବେଦନ କରିଥିଲେ । କିନ୍ତୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ଚିଦାମ୍ବରମଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ଚିଦାମ୍ବରମ ଜେଲରେ ନ ରହିବା ପାଇଁ ଇଡିରେ ଆତ୍ମସମର୍ପଣ କରିବାକୁ ଚାହିଥିଲେ । କିନ୍ତୁ କୋର୍ଟ ତାଙ୍କର ଏହି ଆବେଦନ ପ୍ରତ୍ୟାଖ୍ୟାନ କରିଦେବା ପରେ ତାଙ୍କର ଏହି ଆଶା ମଉଳିଯାଇଛି । ତାଙ୍କୁ ଜେଲରେ ହିଁ ରହିବାକୁ ପଡ଼ିବ । ଉଲ୍ଲେଖଯୋଗ୍ୟ ଇଡି ଗତ ଗୁରୁବାର ଦିନ କୋର୍ଟଙ୍କୁ ଅବଗତ କରି କହିଥିଲେ ଯେ ଚିଦାମ୍ବରମ ସିବିଆଇ ମାମଲାରେ ବିଚାର ବିଭାଗୀୟ ହାଜତରେ ଥିବାରୁ ଏବେ କୌଣସି ପ୍ରମାଣରେ ହେରଫେର ହେବା ଭଳି ସ୍ଥିତି ନାହିଁ । ସଠିକ୍ ସମୟରେ ତାଙ୍କୁ ଜେରା କରାଯିବ ବୋଲି ଇଡି କହିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ