ଗ୍ରୀନ୍ ଟି ପିଇବା ସମୟରେ ସତର୍କତା

ସାରା ବିଶ୍ୱରେ ଗ୍ରୀନ୍ ଟି ମ୍ୟାଜିକ୍ ଚା ‘ ଭାବରେ ପରିଚିତ । ଓଜନ ହ୍ରାସ କରିବା ଏହା ଉପକାରୀ ବୋଲି କୁହାଯାଇଥାଏ । କିନ୍ତୁ ଏହା ଶରୀର ପାଇଁ ଯେତିକି ଉପକାରୀ ଏହାଠାରୁ ଅଧିକ କ୍ଷତିକାରକ ମଧ୍ୟ । ଗ୍ରୀନ ଟି ପିଇବା ସମୟରେ କିଛି କଥା ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ । ଏହା ସହିତ ଦିନକୁ ୨, ୩ କପ୍ରୁ ଅଧିକ ଗ୍ରୀନ ଟି ପିଇବା ଶରୀର ପାଇଁ କ୍ଷତିକାରକ ବୋଲି ଜଣାପଡ଼ିଛି । ତେବେ ଗ୍ରୀନ୍ ଟି ପିଇବା ସମୟରେ କେଉଁ କଥା ଉପରେ ଧ୍ୟାନ ଦେବା ଉଚିତ୍, ଆସନ୍ତୁ ଜାଣିବା । ୧. ଅଧିକାଂଶ ଲୋକେ ଖାଇବାର ତୁରନ୍ତ ପରେ ଗ୍ରୀନ୍ ଟି ପିଇଥାନ୍ତି । ଖାଇବା ପରେ ସଙ୍ଗେ ସଙ୍ଗେ ଗ୍ରୀନ୍ ଟି ପିଇଲେ ଶରୀରରୁ ମିଳିଥିବା କ୍ୟାଲୋରୀ କମ୍ ହୋଇଥାଏ ବୋଲି ଅନେକଙ୍କର ବିଶ୍ୱାସ ରହିଛି । କିନ୍ତୁ ଏହା ଭୁଲ୍ । ଖାଇବା ପରେ ଗ୍ରୀନ୍ ଟି ପିଇଲେ ଆପଣଙ୍କ ପାଚନ କ୍ରିୟା ପ୍ରଭାବିତ ହୋଇଥାଏ ଏବଂ ପାଚନଜନିତ ସମସ୍ୟା ଉତ୍ପନ୍ନ ହୋଇଥାଏ । ତେଣୁ ଖାଇବାର ତୁରନ୍ତ ପରେ ଗ୍ରୀନ୍ ଟି ପିଅନ୍ତୁ ନାହିଁ । ୨. ଅଧିକ ଗରମ ଥିବା ଗ୍ରୀନ୍ ଟି ପିଅନ୍ତୁ ନାହିଁ । ଏହା ଯୋଗୁ ଆପଣଙ୍କ ପେଟରେ ସମସ୍ୟା ହୋଇପାରେ । ତେଣୁ ଅଳ୍ପ ଉଷୁମ ଥିବା ଗ୍ରୀନ୍ ଟି ପିଅନ୍ତୁ । ୩. ଗ୍ରୀନ୍ ଟିକୁ ଅଧିକ ସ୍ୱାସ୍ଥ୍ୟ ରୁଚିକର କରିବା ପାଇଁ ଅଧିକାଂଶ ଲୋକେ ଗରମ ଥିବା ଅବସ୍ଥାରେ ଏଥିରେ ମହୁ ମିଶାଇ ପିଇଥାନ୍ତି । କିନ୍ତୁ ଏପରି କରନ୍ତୁ ନାହିଁ । ଏହା ଦ୍ୱାରା ମହୁରେ ଥିବା ଉପକାରୀ ଗୁଣ ନଷ୍ଟ ହୋଇଯାଇଥାଏ । ଏଥିପାଇଁ ଗ୍ରୀନ୍ ଟି ଅଳ୍ପ ଗରମ ଥିଲେ ଏଥିରେ ମହୁ ଓ ଡାଲଚିନି ମିଶାଇ ପିଅନ୍ତୁ । ୪. ଏପରି ମଧ୍ୟ ଆପଣ ଅନେକ ଲୋକଙ୍କୁ ଦେଖିଥିବେ, ଯେଉଁମାନେ ମେଡିସିନ୍ ଖାଇବା ସମୟରେ ପାଣି ପରିବର୍ତ୍ତେ ଗ୍ରୀନ୍ ଟି ବ୍ୟବହାର କରିଥାନ୍ତି । ଏହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇପାରେ । କାରଣ ମେଡିସିନ୍ରେ ଥିବା କେମିକାଲ୍ କମ୍ପୋଜିସନ୍ ଗ୍ରୀନ୍ ଟି ସହିତ ମିଶି ଏସିଡିଟିର ସମସ୍ୟା ସୃଷ୍ଟି କରିଥାଏ । ତେଣୁ ମେଡିସିନ୍ ଖାଇବା ପାଇଁ ପାଣି ବ୍ୟବହାର କରନ୍ତୁ । ୫. ବଜାରରୁ ଗ୍ରୀନ୍ ଟି କିଣିବା ସମୟରେ ନାଚୁରାଲ୍ ଫ୍ଲେବର୍ର ଗ୍ରୀନ୍ ଟି କିଣନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ