ଚୌଦ୍ଵାର ପୋଲିସକୁ ଆଉ ଏକ ସଫଳତା

ଚୌଦ୍ୱାର,(ଦୀପକ୍ କୁମାର ବେଉରା): ଚୋରି ଅଭଯୋଗରେ ୫ ଜଣଙ୍କୁ ଚୌଦ୍ଵାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି । ସୂଚନା ଅନୁଯାୟୀ ଓଟିଏମ୍ କଲୋନୀ ଦିବ୍ୟଜ୍ୟୋତି ଦାସ ଓ ତାଙ୍କ ପରିବାରର ସଦସ୍ୟ ମାନେ ଭୁବନେଶ୍ୱର ସ୍ଥିତ ଏକ ସଂଗରୋଧ କେନ୍ଦ୍ରରେ ଥିଲା ବେଳେ ଅଗଷ୍ଟ ୧୫ ତାରିଖ ଦିନ ଦୁର୍ବୃତ୍ତ ମାନେ ତାଙ୍କ ଘରେ ପଶି ଘରର ଆସବା ପତ୍ର,ଏଲ୍ ଇ ଡି ଟିଭି,ଲାପଟପ୍, ଗ୍ରାଇଣ୍ଡର ଓ ନଗଦ ୫୦ହଜାର ଟଙ୍କା ଲୁଟି ନେଇଥିଲେ । ଏ ନେଇ ଶ୍ରୀ ଦାସ ଚୌଦ୍ଵାର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଚୌଦ୍ଵାର ଥାନା କେସ ନଂ ୩୭୩/୨୦ ରୁଜୁ କରି ତଦନ୍ତ ଚଳାଇଥିଲା । ଶେଷରେ ଚୋରି କରିଥିବା ୫ଜଣଙ୍କୁ ଚୌଦ୍ଵାର ପୋଲିସ ଗିରଫ କରିବାରେ ସକ୍ଷମ ହେଲା ଏବଂ ଗିରଫ ହୋଇଥିବା ୫ ଜଣଙ୍କ ମଧ୍ୟରୁ ୨ଜଣ ନାବାଳକ ଥିବାର ଜଣାପଡ଼ିଛି । ଗିରଫ ଯୁବକ ମାନେ ହେଲେ ଚୌଦ୍ଵାର ଥାନା ମଠାସାହିର ନିରଞ୍ଜନ ଖଟୁଆ,ବିକାଶ ସହାୟ, ଓଟିଏମ ୧୧ନଂ ର ସତ୍ୟବ୍ରତ ବେହେରା,ତପନ କୁମାର ଦାସ, ନୁଆପଟାନା ତଳସାହି ର ମଳୟ ସ୍ୱାଇଁ । ଏମାନଙ୍କ ଠାରୁ ଗୋଟେ ହଳ ସୁନା କାନ ଫୁଲ,ଗୋଟିଏ ସୁନା ମୁଦି,ଗୋଟିଏ ସୋନି ଏଲ୍ ଇ ଡି ଟିଭି,ଦୁଇଟି ଷ୍ଟାଣ୍ଡ ଫ୍ୟାନ୍,ଦୁଇଟି ଟେବୁଲ ଫ୍ୟାନ,ଗୋଟିଏ ଗ୍ୟାସ୍ ଚୁଲା,ଦୁଇଟି ଗ୍ୟାସ୍ ସିଲିଣ୍ଡର୍,ଗୋଟିଏ ସାଉଣ୍ଡ ସ୍ପିକର୍,ଗୋଟିଏ ଆଇରନ,ନଗଦ ୩୦୦୦ ଟଙ୍କା। ଏମାନଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଥିବାର ଜଣା ପଡିଛି । ଉକ୍ତ ୫ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଚୌଦ୍ଵାର ପୋଲିସ ତରଫରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ