ବିଦ୍ୟାଳୟ ବନ୍ଦ ନ କରିବା ପାଇଁ ଦାବି

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ତଳଦଣ୍ଡିକିଆ ସ୍ଥିତ ଡ଼ାମିନାଜୁ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ନକରିବା ପାଇଁ ଦାବି କରି ଗ୍ରାମବାସୀ ଓ ସ୍କଲର ଛାତ୍ରଛାତ୍ରୀ ମାନେ ଫିରିଙ୍ଗିଆ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ପ୍ରକାରେ, ବର୍ତ୍ତମାନ ଉକ୍ତ ବିଦ୍ୟାଳୟରେ ୨୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁୁଛନ୍ତି । ବହୁ କଷ୍ଟରେ ବର୍ଷ ବର୍ଷ ଧରି ଦାବି କରିବା ପରେ ଗ୍ରାମରେ ଏକ ବିଦ୍ୟାଳୟ ପ୍ରତିଷ୍ଠା ହୋଇ ପାରିଛି । ତେବେ ବର୍ତ୍ତମାନ ସରକାରଙ୍କ ନୂତନ ନିୟମ ପ୍ରକାରେ ଉକ୍ତ ବିଦ୍ୟାଳୟକୁ ବନ୍ଦ କରିବାପାଇଁ ଆରମ୍ଭ ହୋଇଥିିବା ପଦକ୍ଷେପକୁ ଗ୍ରାମବାସୀମାନେ ବିରୋଧ କରି ବନ୍ଦ ନିଷ୍ପତିରୁ ଓହରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ଡ଼ାମିନାଜୁ ବିଦ୍ୟାଳୟର ବନ୍ଦ କରି ନିକଟସ୍ଥ ଦଣ୍ଡିକିଆ ବିଦ୍ୟାଳୟକୁ ଯିବା ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ଉକ୍ତ ବିଦ୍ୟାଳୟ ଗ୍ରାମଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଅବସ୍ଥିତ ଓ ଗ୍ରାମରୁ ବିଦ୍ୟାଳୟକୁ ଯିବାକୁ ହେଲେ ଏକ ନାଳ ପାର ହୋଇଯିବାକୁ ପଡ଼ିବ । ଯାହାକୁ କୁନି କୁନି ପିଲାଙ୍କ ପାଇଁ ସବୁବେଳେ ସମ୍ଭବ ନୁହେଁ ବୋଲି ମଧ୍ୟ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ବିଦ୍ୟାଳୟ କମିଟିର ସଭାପତି ଅଶୋକ କହଁରଙ୍କ ନେତୃତ୍ୱରେ ରାମଚନ୍ଦ୍ର କହଁର , ଚନ୍ଦ୍ରଶେଖର କହଁର, ମମତା କହଁର , ରାନୁଜା କହଁର, ୱାର୍ଡ଼ ମେମ୍ବର ରତ୍ନାକର କହଁର, ଲଳିତା କହଁର, ଅନିତ କହଁର , ଲାଇଲି ମଳିକ ଅନ୍ୟମାନେ ଏଥିରେ ସାମିଲ୍‍ ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ