ଚ୍ୟାରିଟେବଲ୍ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ସ୍ୱର୍ଗତ ଶ୍ରୀ ପ୍ରଥମ ଦାସ ମହାପାତ୍ର ଙ୍କ ଜନ୍ମ ଯୟନ୍ତୀ ସ୍ମୃତି ଉଦ୍ଦେଶ୍ୟ ରେ ପ୍ରଥମ ଚ୍ୟାରିଟେବଲ୍ ଫାଉଣ୍ଡେସନ ପକ୍ଷରୁ ସଭାପତି ଶ୍ରୀ ହୃଷୀକେଶ ମହାନ୍ତ ଏବଂ ସଂପାଦକ ଶ୍ରୀ ଜୟନ୍ତ କୁମାର ମହାନ୍ତ ଙ୍କ ଦ୍ଵାରା ଏକ ସ୍ୱଛ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଉକ୍ତ ରକ୍ତଦାନ ଶିବିର ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ରେଡକ୍ରସ ରକ୍ତ ଭଣ୍ଡାର ଠାରେ ଆୟୋଜିତ ହୋଇଥିବା ବେଳେ ରକ୍ତଭଣ୍ଡାର କର୍ମଚାରୀ ଶ୍ରୀ କପିଳେନ୍ଦ୍ର ଦେବ ରାଉତ,ଶ୍ରୀ ରଜତ କୁମାର ମହାକୁଡ, ଶ୍ରୀ ବୀପୁଲ୍ ଭୋଈ, ଶ୍ରୀ ତ୍ରୀଲୋଚନ ମହାନ୍ତ ଏବଂ ଶୁମନ୍ତ ମହାନ୍ତ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ । ଫାଉଣ୍ଡେସନ ସଭାପତି ଶ୍ରୀଯୁକ୍ତ ହୃଷୀକେଶ ମହାନ୍ତ ଫିତା କାଟି କାର୍ଯ୍ୟକ୍ରମ କୁ ଆରମ୍ଭ କରିବାପରେ ରକ୍ତ ସଂଗ୍ରହ ଆରମ୍ଭ ହୋଇଥିଲା । ଫାଉଣ୍ଡେସନ ର ଉପଦେଷ୍ଟା ଶ୍ରୀଯୁକ୍ତ ଗୌରୀ ଶଙ୍କର ସୀନ୍ହା, ଶ୍ରୀ ନଳୀନିଚନ୍ଦ୍ର ଘଣା, ଶ୍ରାବଣୀ ବୋଷ, ଶ୍ରୀ ଶିବାସିସ୍ ସିନ୍ହା ପ୍ରମୁଖ ଶିବିର କୁ ଶକ୍ରିୟ ପରିଚାଳନା କରିବା ସହ ରକ୍ତ ଦାତା ଙ୍କର ସମସ୍ତ ସୁବ୍ୟବସ୍ଥା ର ବନ୍ଦୋବସ୍ତ କରିଥିଲେ । ସମସ୍ତ ରକ୍ତଦାତା ଙ୍କୁ ଗୋଟିଏ ଗୋଟିଏ ମାନପତ୍ର ପ୍ରଦାନ କରାଯାଥିବା ବେଳେ ଶିବିର ରେ ମୋଟ ୨୩ ଇଉନିଟ ରକ୍ତ ସଂଗ୍ରହ ହୋଇଥିବା ସୂଚନା ମିଳିଛି।ତେବେ ଫାଉଣ୍ଡେସନ ପକ୍ଷରୁ ଏହି ରକଦାନ ଶିବିର ଅନୁଷ୍ଠିତ ହେବାନେଇ ଏଭଳି ପଦକ୍ଷେପ କୁ ଅଞ୍ଚଳରେ ସମସ୍ତେ ସାଧୁବାଦ ଜଣାଇଛନ୍ତି ।


