ଛତିଶଗଡରୁ ଡାଲି ଗହମ ଲୁଟ ଘଟଣାରେ ବ୍ୟବହୃତ ଦୁଇଟି ଟ୍ରକ କାକଟପୁର ଅଂଚଳରୁ ଜବତ

ନିମାପଡ଼ା, (ସନ୍ତୋଷ ଦାଶ):ଗତ ୧୮ ତାରିଖ ରେ ଛତିଶଗଡ ଭାଟାପଡ଼ା ର ବିକାଶ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀ ଦୁଇଟି ଟ୍ରକରେ ୧୮ଲକ୍ଷ ୧୦ ହଜାର ଟଙ୍କା ମୂଲ୍ୟର ଗହମ ଓ ଡାଲି ଭୁବନେଶ୍ୱର ର ଜଣେ ବ୍ୟବସାୟୀଙ୍କ ବିକ୍ରୟ ପାଇଁ ପଠାଇ ଥିଲେ। କିନ୍ତୁ ତିନିଦିନ ପରେ ଉକ୍ତ ଡାଲି ଓ ଗହମ ଭୁବନେଶ୍ୱର ରେ ପହଞ୍ଚି ନଥିବା ବେଳେ ଡାଲି ଓ ଗହମ ଆଣିଥିବା ଦୁଇଟି ଯାକ ଟ୍ରକ ସମ୍ପର୍କରେ କୌଣସି ତଥ୍ୟ ମିଳି ନ ଥିଲା। ବାଧ୍ୟ ହୋଇ ବିକାଶ ଅଗ୍ରୱାଲପୋଲିସ ରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଛତିଶଗଡ଼ ର ଭାଟପଡ଼ା ପୁଲିସ ଘଟଣାର ତଦନ୍ତ କରି ଆଜି ଭୋରରୁ ସମ୍ପୃକ୍ତ ଟ୍ରକ ଦୁଇଟିକୁ କାକଟପୁର ଅଂଚଳରେ ଠାବ କରିବା ପରେ ଟ୍ରକ ଦୁଇଟିକୁ ଜବତ କରିବା ସହ ସମ୍ପୁକ୍ତ ଟ୍ରକର ଜଣେ ଡ୍ରାଇଭର ଓ ଜଣେ ହେଲପରକୁ ଗିରଫ କରିଛି । ୧୮ ଲକ୍ଷ ଟଙ୍କାର ଏହି ଖାଦ୍ୟଶସ୍ୟ ଲୁଟ ପାଇଁ ଟ୍ରକ ମାଲିକ ଓ କର୍ମଚାରୀ ଟ୍ରକର ନମ୍ବର ପ୍ଲେଟ ବଦଳାଇବା ସହ କାଗଜପତ୍ର ଜାଲିଆତି କରି ଅନ୍ୟତ୍ର ବିକ୍ରୟ କରିଦେଇଥିବା ଛତିଶଗଡ଼ ପୁଲିସ କହିଛି । କାକଟପୁର ପୁଲିସ ସହଯୋଗରେ ଛତିଶଗଡ଼ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଏହି ଲୁଟ ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଛତିଶଗଡ଼ ପୁଲିସ ଏସ ଆଇ ନରେନ୍ଦ୍ର କୁମାର କହିଛନ୍ତି । ଏହି ଘଟଣା ସମଗ୍ର ପୁରୀ ଜିଲ୍ଲା ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ