ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -:ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ଖଜୁରିପଦା ଗ୍ରାମରେ ସ୍ଵୟମ ସହାୟିକା ମହିଳା ମାନଙ୍କର ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଗତ ୧୨.୦୨.୨୦୨୨ ଠାରୁ ଚାଲୁଅଛି । ଏହି ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଖଜୁରିପଦା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ମୋଟ ୩୫ ଜଣ ସ୍ଵୟଂ ସହାୟିକା ଗ୍ରୁପ ସଦସ୍ୟା ଏବଂ ସେମାନଙ୍କର ପରିବାରର ମହିଳା ସଭ୍ୟା ତାଲିମ ନେଉଛନ୍ତି । ଏହି ପ୍ରଶିକ୍ଷାର୍ଥୀମାନେ ଆର-ଉଦୟଗିରିରେ ଥିବା କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନରେ ଯାଇଥିଲେ । କେନ୍ଦ୍ର ମୂଖ୍ୟ ଶ୍ରୀ ସଂଗ୍ରାମ ପରମଗୁରୁ ଏବଂ ଅନ୍ୟ ବୈଜ୍ଞାନିକ ମାନେ ଆମ ପ୍ରଶିକ୍ଷାର୍ଥୀମାନଙ୍କୁ ଛତୁ ଚାଷ ସହିତ ଅନ୍ୟାନ୍ୟ କୃଷି ସମ୍ବନ୍ଧୀୟ ସୂଚନା ଦେଇଥିଲେ । ପ୍ରଶିକ୍ଷାର୍ଥୀମାନଙ୍କ ସହିତ ଆମ ଅନୁଷ୍ଠାନ ର ପ୍ରାଧ୍ୟାପକ ଶ୍ରୀ ଦିଲ୍ଲୀପ କୁମାର ତନ୍ତି ଓ କେନ୍ଦ୍ରାପଡାରୁ ଆସିଥିବା ଛତୁ ମାଷ୍ଟର ଶ୍ରୀ ଅକ୍ଷୟ କୁମାର ସ୍ଵାଇଁ ମଧ୍ୟ ଉପସ୍ଥିତ ଥିଲେ । ଏହି ତାଲିମ କାର୍ଯ୍ୟକ୍ରମ ଆସନ୍ତା ୨୧.୦୨.୨୦୨୨ ଦିନ ଉଦଯାପନ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ