ସିଲେଇ ତାଲିମ କାର୍ଯ୍ୟକ୍ରମର ଉଦଯାପନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନରେ ଗତ ଏକ ମାସ ଧରି ଚାଲିଥିବା ସିଲେଇ (ମହିଳା) ତାଲିମ କାର୍ଯ୍ୟକ୍ରମର ଉଦଯାପନ ହୋଇଛି । ହୋଇଥିବା ସିଲେଇ (ମହିଳା) ତାଲିମ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ର ସମସ୍ତ ସାତଟି ବ୍ଲକ ରୁ ମୋଟ ୨୮ ଜଣ ମହିଳା ତାଲିମ ନେଇଥିଲେ । ସମସ୍ତ ପ୍ରତିଭାଗୀ ମାନଙ୍କ ପାଇଁ ଅନୁଷ୍ଠାନରେ ମାଗଣା ରହିବା, ଖାଇବା ସହିତ ଯାତ୍ରା ଭତ୍ତା ପ୍ରଦାନ କରଯାଇଥିଲା। ଉଦଯାପନ ସଭାରେ ଅନୁଷ୍ଠାନର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ବ୍ରହ୍ମା ସଭାପତିତ୍ଵ କରିଥିଲେ । ଓଡିଶା ଜୀବିକା ମିଶନ-ଗଜପତି ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧକ ପ୍ରିୟମ୍ବଦା ବିଷୋୟୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଗଜପତି ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ କିଶୋର ଚନ୍ଦ୍ର ନାଇକ ପାରଳାଖେମୁଣ୍ଡି ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ସମସ୍ତ ଅତିଥି ଏବଂ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରତିଭାଗୀ ମାନଙ୍କୁ ସାର୍ଟିଫିକଟ ପ୍ରଦାନ କରିବା ସଙ୍ଗେସଙ୍ଗେ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ଭବିଷ୍ୟତରେ ଆତ୍ମନିଯୁକ୍ତ ହୋଇ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ। ଅନୁଷ୍ଠାନର ପ୍ରାଧ୍ୟାପକ ଦିଲ୍ଲୀପ କୁମାର ତନ୍ତି କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।


