ଛତ୍ରପୁର ଆଦର୍ଶ ଥାନା କୁ ପରିଦର୍ଶନ କଲେ ସ୍ଥାନୀୟ ବିଧାୟକ
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ଆଦର୍ଶ ଥାନାକୁ ମଙ୍ଗଳବାର ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ପରିଦର୍ଶନ କରି ଥାନାର ଭିତ୍ତିଭୂମି ବୁଲି ଦେଖିଛନ୍ତି । ଥାନାର ବିଭିନ୍ନ କକ୍ଷ ଏବଂ ଚାରିପାଶ୍ୱର୍ ବିଧାୟକ ଶ୍ରୀ ବେହେରା ବୁଲି ଦେଖିବାସହ ବିଭିନ୍ନ ସୁବିଧା ଓ ଅସୁବିଧା ସମ୍ପର୍କରେ ଥାନା ଅଧିକାରୀ ସତ୍ୟରଂଜନ ପ୍ରଧାନ ଙ୍କ ସହ ଆଲୋଚନା କରିଥିଲେ । ଥାନାର ସୈାଦର୍ଯ୍ୟକରଣ ନିମନ୍ତେ ଆବଶ୍ୟକ ଥିବା ବିଭିନ୍ନ ଭିତ୍ତିଭୂମିର ଉନ୍ନତୀ କାର୍ଯ୍ୟ ସମ୍ପର୍କରେ ଥାନା ଅଧିକାରୀ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସ୍ଥାନୀୟ ଡିଆରଡିଏ ଛକ, କଲେଜ ଛକ ରେ ଲାଗିରହିଥିବା ଟ୍ରାଫିକ୍ ସମସ୍ୟା ଅପରବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ରିକାପଲ୍ଲୀ ଯିବାକୁ ଥିବା ରାସ୍ତାରେ ରହୁଥିବା ଟ୍ରାଫିକ୍ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ବିଧାୟକ ଶ୍ରୀ ବେହେରା ଥାନାଧିକାରୀଙ୍କ ସହ ଆଲୋଚନା ବେଳେ କହିଛନ୍ତି । ଏହି ପରିଦର୍ଶନ ବେଳେ ବିଧାୟକଙ୍କ ସହ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି, ଛାତ୍ର ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ବିମଳ କୁମାର ପଣ୍ଡା, ବିଜୁ ଆଇନ ସାମ୍ମୁଖ୍ୟର ମୁଖ୍ୟ ଉପଦେଷ୍ଟା ବିଜୟ କୃଷ୍ଣ ପଟ୍ଟନାୟକ, ଉପସଭାପତି ଅହିଭୂଷଣ ସାହୁ, ଯୁବ ବିଜୁ ଜନତା ଦଳର ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ, ଛତ୍ରପୁର ଏନଏସି ସଭାପତି ଟି. ଚନ୍ଦ୍ର ଶେଖର ରାଓ, ବିଜେଡି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରବିନ୍ଦ୍ରନାଥ ପଣ୍ଡା, ମତ୍ସ୍ୟଜିବି ନେତା ବି. ସିମାଦ୍ରୀ, ପୂର୍ବତନ ବିଜେଡି ବ୍ଲକ ସଭାପତି ପ୍ରନାସୀ ପ୍ରଧାନ ଓ ପୂର୍ବତନ କାଉନସିଲର ବି. ରାଜିବାବୁ ପ୍ରମୁଖ ଉପସ୍ଥିତ ଥିଲେ ।


