ଛତ୍ରପୁର ଓକିଲ ସଂଘ ର ବିଭିନ୍ନ କର୍ମକର୍ତ୍ତା ନିର୍ବାଚନ ନିମନ୍ତେ;୧୦ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ

ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଡିସେମ୍ବର ୧୨ ତାରିଖରେ ଅନୁଷ୍ଠିତ ହେବ । ଏହାକୁ ନେଇ ଛତ୍ରପୁର ଓକିଲ ସଂଘ କାର୍ଯ୍ୟାଳୟ ପରିସର ଚଳଚଂଚଳ ହୋଇଯାଇଛି । ନଭେମ୍ବର ୨୪ ଏବଂ ୨୫ତାରିଖ ସଂଘର ବିଭିନ୍ନର ପଦ ପଦବୀ ନିମନ୍ତେ ପ୍ରାର୍ଥୀ ମାନେ ସେମାନଙ୍କ ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ । ସମସ୍ତ ପଦ ପଦବୀ ନିମନ୍ତେ ୧୦ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖ କରିଛନ୍ତି । ଶନିବାର ତଥା ନଭେମ୍ବର ୨୮ତାରିଖ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବା ନିମନ୍ତେ ତାରିଖ ଧାର୍ଯ୍ୟ ରହିଥିବା ବେଳେ କେହି ଜଣେ ହେଲେ ବି ପ୍ରାର୍ଥୀ ନମାଙ୍କନ ପତ୍ର ପ୍ରତ୍ୟାହାର କରିନାହାନ୍ତି ବୋଲି ନିର୍ବାଚନ ଅଧିକାରୀ ସିଏଚ୍‌. ସୂର୍ଯ୍ୟ ନାରାୟଣ ରେଡ୍ଡୀ ସୂଚନାଦେଇଛନ୍ତି । ସହକାରୀ ନିର୍ବାଚନ ଅଧିକାରୀ ସନ୍ତୋଷ କୁମାର ସାହୁ ଓ ସଂଜୟ କୁମାର ବେହେରା ଦାୟିତ୍ୱ ତୁଲାଉଛନ୍ତି । ଛତ୍ରପୁର ଓକିଲ ସଂଘ ର ୧୯୮ ଜଣ ସଭ୍ୟ ରହିଥିବା ବେଳେ ସଂକ୍ରୀୟ ସଭ୍ୟ ତଥା ଭୋଟର ଭାବେ ୧୭୦ଜଣ ରହିଛନ୍ତି । ସଂଘର ସଭାପତି ପଦବୀ ନିମନ୍ତେ ୩ଜଣ ପ୍ରାର୍ଥୀ ମଇଦାନ କୁ ଓହ୍ଲାଇଥିବା ବେଳେ ଉପସଭାପତି ପଦବୀ ପାଇଁ ମଧ୍ୟ ୩ଜଣ ପ୍ରାର୍ଥୀ ରହିଛନ୍ତି । ସେହିପରି ସାଧାରଣ ସମ୍ପାଦକ ପଦବୀ ନିମନ୍ତେ ୨ଜଣ ଓ ଲାଇବ୍ରେରୀ ସେମିନାର ସମ୍ପାଦକ ପଦବୀ ପାଇଁ ମଧ୍ୟ ୨ଜଣ ଲେଖାଁଏ ପ୍ରାର୍ଥୀ ମଇଦାନ ରେ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ