ଛତ୍ରପୁର ବ୍ଲକସ୍ତରୀୟ ଦୁଇଦିନିଆ କ୍ରୀଡା ଉତ୍ସଵ ଉଦଘାଟିତ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଅନସ୍ଲୋ ମିନି ଷ୍ଟାଡିୟମ ଠାରେ ଛତ୍ରପୁର ବ୍ଲକସ୍ତରୀୟ ଦୁଇଦିନିଆ କ୍ରୀଡା ଉତ୍ସବ ସୋମବାର ଉଦଘାଟିତ ହୋଇଯାଇଛି l ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୀତାରାମ ପାତ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଉତ୍ସବ ର ମୁଖ୍ୟ ଅତିଥି ରୂପେ ଛତ୍ରପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା କିରଣ କୁମାରୀ ଦାସ ଏବଂ ମୁଖ୍ୟବକ୍ତା ତହସିଲଦାର ପ୍ରକାଶ କୁମାର ମିଶ୍ର ଯୋଗଦେଇ ଦୀପ ପ୍ରଜ୍ଵଳନ ସହ ପତାକା ଉତ୍ତୋଳନ କରି ଆଜିର କ୍ରୀଡ଼ା ଉତ୍ସବକୁ ଶୁଭାରମ୍ଭ କରିଥିଲେ l ଛତ୍ରପୁର ବ୍ଲକ୍ ଅଧୀନରେ ଥିବା ୬୮ ବିଦ୍ୟାଳୟ ଓ ୩ ଟି କଲେଜ ର ୩୭୦ ଜଣ ଛାତ୍ରଛାତ୍ରୀ ଏହି କ୍ରୀଡା ଉତ୍ସଵରେ ଭାଗ ନେଇଛନ୍ତି l ଏହି ଦୁଇଦିନିଆ କ୍ରୀଡା ଉତ୍ସଵରେ ବିଭିନ୍ନ ପ୍ରତିଯୋଗିତା ତଥା -କବାଡି, ଖୋକ, କ୍ରିକେଟ, ଦୌଡ଼, ଭଳିବଲ୍, ଫୁଟବଲ ଆଦି ପ୍ରତିଯୋଗିତା ହୋଇଥିଲା l ଏହା ୧୯,୨୦ ତାରିଖ ଦୁଇ ଦିନ ଧରି ଚାଲିବ ଏବଂ ଆସନ୍ତା ୨୧ ତାରିଖରେ ଜୋନାଲ ସ୍ତରୀୟ ପ୍ରତିଯୋଗିତା ଛତ୍ରପୁର ବ୍ଲକ୍ ଓ ଗଂଜାମ ବ୍ଲକ୍ କୁ ନେଇ ଉକ୍ତ ଷ୍ଟାଡିୟମରେ ହେବ ବୋଲି ଛତ୍ରପୁର ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ଏବିଡ଼ିଓ ଜୟଶ୍ରୀ ନାୟକ, ଏବିଇଓ ଘନଶ୍ୟାମ ପଣ୍ଡା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମୁନା ଦାସ ଙ୍କ ସମେତ ସମସ୍ତ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ,ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ l


