ସ୍କୁଲ ଭିତରେ ମଳ ବର୍ଷା ଘଟଣା ସ୍କୁଲରେ ପହଂଚି ଘଟଣାର ଅନୁଧ୍ୟାନ କଲେ ଛତ୍ରପୁର ବିଧାୟକ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବିପିଳିଙ୍ଗି ପଂଚାୟତର ତୁଡୁକପଲ୍ଲୀ ଗ୍ରାମରେ ଛାତ୍ରଛାତ୍ରୀଙ୍କ ଉପରେ ମଳ ବର୍ଷା ହେଉଥିବା ଅଭିଯୋଗ ହେବା ପରେ ବ୍ଲକ ଶିକ୍ଷାଧକାରୀ ସୀତାରାମ ପାତ୍ର ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ପରେ ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ଦ୍ୱାରା ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ପରେ ଏହାର ସୁଫଳ ନ ମିଳିବାରୁ ଉକ୍ତ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ତୁଡୁକପଲ୍ଲୀ ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର ରେ ଖ୍ରୀଷ୍ଟମାସ ପର୍ଯ୍ୟନ୍ତ କିଛି ଦିନ ପାଇଁ ପାଠ ପଢାଇବା ନିମନ୍ତେ ବ୍ଲକ ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଇଥିଲେ । ତେବେ ଅଙ୍ଗନବାଡି କେନ୍ଦ୍ର ରେ ପାଠପଢା ଚାଲିଥିବା ବେଳେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଆଜି ତୁଡୁକପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ଘଟଣାର ଅନୁଧ୍ୟାନ କରିଛନ୍ତି । ଏହା ସହ ଏନେଇ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ସୂଚନା ଥାଉ କି, ଗତ ଶୁକ୍ରବାର ଦିନ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବିପିଳିଙ୍ଗି ପଂଚାୟତର ତୁଡୁକପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ଉପରେ ମଳ ଛିଟା ପଡୁଥିବା ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା ।


