ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଉଦଘାଟିତ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଉଦଘାଟିତ ହୋଇଯାଇଛି |ଏଥିରେ ଅଧ୍ୟକ୍ଷତା କରି ଅଧ୍ୟକ୍ଷ ବି ଗୋବିନ୍ଦ ରାଓ ସାମ୍ପ୍ରତିକ ପରିସ୍ଥିତିରେ ଏହାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ | କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କ୍ଷତ୍ରୀୟବରପୁର ପଂଚାୟତ ସମିତିସଭ୍ୟ କୁଞ୍ଜ ବିହାରୀ ନାୟକ ଯୋଗ ଦେଇ ପ୍ରଶିକ୍ଷଣର ସଫଳତା କାମନା କରିଥିଲେ | ଏହି କାର୍ଯ୍ୟକ୍ରମର ସଂଯୋଜକ ସୁଶାନ୍ତ କୁମାର ଲେଙ୍କା ସ୍ୱାଗତ ଭାଷଣ ଦେଇଥିଲେ | ଜାତୀୟ ସେବା ଯୋଜନା ଅଧିକାରୀ ସ୍ନିଗ୍ଧା ରାଣୀ ଗଉଡ଼ ଧନ୍ୟବାଦ ଦେଇଥିଲେ |ସାଧନ କର୍ମୀ ଅର୍ଚନା ବିଶ୍ୱାଳ, ସୁନିତା ସେଠି ଏବଂ ପ୍ରଭାତୀ ବେହେରା ପ୍ରଶିକ୍ଷକ ରୂପେ ଯୋଗ ଦେଇଥିଲେ |ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, କୁମୁଦ ଚନ୍ଦ୍ର ମହାପାତ୍ର, ଦେବେଶ ଚନ୍ଦ୍ର ମହାପାତ୍ର, ସନ୍ତୋଷିନୀ ପରିଡା, ଦିପୁ ଭୂୟାଁ ପ୍ରମୁଖ ଯୋଗ ଦେଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ