ଛୁଟି ଅବକାଶ ଆନନ୍ଦ ଉଠାଇବା ପାଇଁ ଜିପ୍ପୋ କ୍ଲିକ

ବଡଦିନ ଓ ନୂଆବର୍ଷ ଅବକାଶ ଉତ୍ସବ ମାନାଇବା, ଉପହାର ଦେବା ଏବଂ ପ୍ରିୟଜନ ମାନଙ୍କ ସହ ସମୟ କାଟିବା ପାଇଁ ଏକ ଉତ୍କୃଷ୍ଟ ସମୟ । ଏହି ସମୟରେ ପ୍ରିୟଜନ ମାନଙ୍କୁ ଦେବା ପାଇଁ ପକେଟ ସାଇଜର ଜିପ୍ପୋ ଲାଇଟର ଏକ ଉତମ ଉପହାର । ନିଖୁଣ ଭାବରେ ଗଢାଯାଇଥିବା ଜିପ୍ପୋ ଲାଇଟର ଅତ୍ୟନ୍ତ ପ୍ରେମ, ବିଚିତ୍ରତା ଓ ଜୀବନକାଳ ବ୍ୟାପି ୱାରେଂଟି ସହ ଉପଲବ୍ଧ । ଏହି ଲାଇଟର ର ପ୍ରତିଷ୍ଠିତ କ୍ଲିକ ର ଡିଜାଇନ ଓ ରୋମାଂଚକ ରଙ୍ଗ ସମସ୍ତଙ୍କୁ ଚକିତ କରିପାରିବ । ଭାରତର ୧୦ଟି ସହରରେ ୨୮ଟି ୱିଲିଅନ ପେନ ଏବଂ ୩ଟି ସପ-ଇନ-ସପ ରେ ଏହା ଉପଲବ୍ଧ ହେବ । ଆଠ ଦଶନ୍ଧୀ ରୁ ଉଦ୍ଧ୍ୱର୍ ଇତିହାସରେ ଜିପ୍ପୋ ବ୍ରାଣ୍ଡ ନିୟମିତ ଭାବରେ ସାରା ବିଶ୍ୱରେ ସିନେମା ଗୁଡିକରେ ସ୍ଥାନ ପାଇପାରିଛି । ଅନନ୍ୟ ଡିଜାଇନ, ଡେଟ ଷ୍ଟାମ୍ପିଂ, ମିତବ୍ୟୟିତା ଓ ସମୃଦ୍ଧି ଇତିହାସ ଜିପ୍ପୋ ଲାଇଟର କୁ ଏକ ଅମୁଲ୍ୟ ସଂଗ୍ରହ ଭାବରେ ପ୍ରତିପାଦନ କରିଛି । ଏଥିପାଇଁ ଏହାର ସଂଗ୍ରହକାରୀଙ୍କ ସଂଖ୍ୟା ନିୟମିତ ଭାବରେ ବଢିବାରେ ଲାଗିଛି । କେବଳ ଆମେରିକାରେ ୪ ନିୟୁତ ଉଦ୍ଧ୍ୱର୍ ଜିପ୍ପୋ ୱିଣ୍ଡପ୍ରୁଫ ଲାଇଟର ର ସଂଗ୍ରହକାରୀଙ୍କ ସଂଖ୍ୟା ଥିବାବେଳେ ସାରା ବିଶ୍ୱରେ ୧୧ଟି ଅଫିସିଆଲ କଲେକ୍ଟରସ କ୍ଲବ ଅଛି । ଜିପ୍ପୋ ୱିଣ୍ଡପ୍ରୁଫ ଲାଇଟର ର କ୍ୟାଣ୍ଡି ଆପଲ ରେଡ ୩୦୫୦ଟଙ୍କା ହୋଇଥିବା ବେଳେ ସ୍ପେକ୍ଟମ ୪୦୧୦ଟଙ୍କା, କାମେଲିଅନ ୩୬୭୫ ଟଙ୍କା ଏବଂ ଫାୟାର ବ୍ରେଥିଙ୍ଗ ଡ୍ରାଗନ ୫୮୫୦ ଟଙ୍କାରେ ଉପଲବ୍ଧ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ