ଜଗନ୍ନାଥପୁର ପରିବର୍ତ୍ତେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବେ ପ୍ରବାସୀ ଶ୍ରମିକ

ବ୍ରହ୍ମପୁର (ୱାଇଏନ୍‌ଏସ୍‌): ଓଡ଼ିଶା ବାହାରୁ ଟ୍ରେନ୍ ଯୋଗେ ଆସୁଥିବା ପ୍ରବାସୀ ଶ୍ରମିକମାନେ ଏଣିକି ଜଗନ୍ନାଥପୁର ରେଳ ଷ୍ଟେସନ ପରିବର୍ତ୍ତେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବା ନେଇ ବ୍ରହ୍ମପୁର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିଗତ ଦୁଇ ସପ୍ତାହ ଧରି ଟ୍ରେନ୍‌ରେ ଆସୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ଜଗନ୍ନାଥପୁର ରେଳ ଷ୍ଟେସନରେ ପହଞ୍ଚାଇ ସେଠାରୁ ବସ୍ ଯୋଗେ ନିଜ ନିଜ ପଞ୍ଚାୟତରେ ଥିବା କ୍ୱାରାଣ୍ଟାଇନ୍ କେନ୍ଦ୍ରକୁ ପଠାଯାଉଥିଲା । ମାତ୍ର ଏହା ଦ୍ୱାରା ସେଠାରେ ଥିବା ଅର୍ଥାତ୍ ଗଞ୍ଜାମର ଏକମାତ୍ର ପଣ୍ୟ ଆମଦାନୀ ହେଉଥିବା ମାଲ୍ ଗୋଦାମ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଲକ୍‌ଡ଼ାଉନ୍ ଯୋଗୁଁ ପ୍ରବଳ କ୍ଷତି ସହୁଥିବା ବେଳେ ଅନ୍ୟ ପଟେ ଏହି ଗୋଦାମ ବନ୍ଦ ହେବାରୁ ଗଞ୍ଜାମ ଜିଲ୍ଲାରେ ଖାଉଟି ଦ୍ରବ୍ୟର ସଂକଟ ଉପୁଜିବା ଆଶଙ୍କା ନେଇ ଏହିପରି ନିଷ୍ପତି ପ୍ରଶାସନ ପକ୍ଷରୁ ନିଆଯାଇଥିବା ସୂଚନା ମିଳିଛି । ତେବେ ଏନେଇ ଗଞ୍ଜାମ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ରେଳବାଇ ଅଧିକାରୀ ଗତ ବୁଧବାର ସନ୍ଧ୍ୟାରେ ବ୍ରହ୍ମପୁର ରେଳ ଷ୍ଟେସନ ଗସ୍ତ କରି ତଦାରଖ କରି ଫେରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ