ଜଗନ୍ନାଥପୁର ରେଳ ଷ୍ଟେସନରୁ ଦୁଇଟି ବସରେ ମାଣିତରା ଆସି ରହିଲେ ୬୦ ଜଣ

ବୁଗୁଡା,(ଅନିଲ କୁମାର ମହାରଣା):ମଙ୍ଗଳବାର ଦିନ ଜଗନ୍ନାଥପୁର ରେଳ ଷ୍ଟେସନରୁ ଦୁଇଟି ବସରେ ଆସି ବୁଗୁଡା ବ୍ଲକର ମାଣିତରା କଲେଜ ଓ ମାଣିତରା ହାଇ ସ୍କୁଲର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୬୦ ଜଣ ସୁରାଟ ଫେରନ୍ତା ରହିଥିବା ଜଣା ପଡ଼ିଛି। ଜଣେ ଛୋଟ ପିଲା ସହ ୬୦ ଜଣ ଦୁଇଟି ବସରେ ମାଣିତରାକୁ ଆସିଥିବା ବେଳେ ବୁଗୁଡା ବ୍ଲକ ବିଡ଼ିଓ ତନ୍ମୟ ପାତ୍ର ସେହି ବସ ଦୁଇଟିର ପଥ ପ୍ରଦର୍ଶକ ଥିଲେ। ଦୁଇଟି ବସରୁ ୨୦ ଜଣ କଲେଜ ଓ ୪୦ ଜଣ ନୋଡାଲ ହାଇ ସ୍କୁଲର ଉଚ୍ଚ ପ୍ରାଥମିକ ବିଭାଗର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିଲେ। ସଙ୍ଗରୋଧ ଗୃହକୁ ପ୍ରବେଶ ପୂର୍ବରୁ ବିଡ଼ିଓ ଶ୍ରୀ ପାତ୍ରଙ୍କ ଉପସ୍ଥିତିରେ ମାଣିତରା ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ ଓ ଟେକିନିସିଆନ କାଳୀ ପ୍ରସାଦ ସାହୁ ସମସ୍ତ ସୁରାଟ ଫେରନ୍ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏମାନଙ୍କୁ ମିଶାଇ ବୁଗୁଡା ବ୍ଲକରେ ୧୧୩୭ ଜଣ ସୁରାଟ ଓ ବେଙ୍ଗାଲୁରୁ ଫେରିଥିବା ବ୍ୟକ୍ତିମାନେ ବିଭିନ୍ନ ପଞ୍ଚାୟତର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ