ଜଙ୍ଗଲ ସୁରକ୍ଷା ପାଇଁ ଗ୍ରାମାଞ୍ଚଳରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ସଚେତନତା

ବୁଗୁଡା, (ଅନିଲ ମହାରଣା):ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳରେ ପ୍ରତ୍ୟେକ ଫରେଷ୍ଟ ସେକ୍ସନ ର ଗ୍ରାମାଞ୍ଚଳରେ ଡ଼ାକବାଜି ଯନ୍ତ୍ର ଦ୍ୱରା ଜଙ୍ଗଲ ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି କରାଯାଉଥିବା ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା ପ୍ରକାଶ କରିଛନ୍ତି। ଚାରିଚାକିଆ ଗାଡ଼ିରେ ଜଙ୍ଗଲ ସୁରକ୍ଷା ପାଇଁ ବ୍ୟାନର ଲଗାଇ ମାଇକ୍ ଦ୍ୱରା ବନବିଭାଗ କର୍ମଚାରୀ ବୃନ୍ଦ ପ୍ରଚାର କରି ଜଙ୍ଗଲ ସୁରକ୍ଷା ପାଇଁ ଜନସାଧାରଣଙ୍କୁ ସଚେତନ କରାଉଥିବା ଜଣାପଡିଛି। ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ଅନୁରୋଧ କରିବା ସହ ଯେଉଁ ବ୍ୟକ୍ତି ଜଙ୍ଗଲରେ ନିଆଁ ଲଗାଇବ ବା ଲଗାଇବାକୁ ଉଦ୍ୟମ କରିବ ତେବେ ଆଇନ ଅନୁସାରେ ସେହି ବ୍ୟକ୍ତି ୫ ହଜାର ଟଙ୍କା ଜରିମାନା ଓ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ପ୍ରଚାର କରିବା ଶୁଣିବାକୁ ମିଳିଛି। ଆଜି ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ପଞ୍ଚଭୂତି ଫରେଷ୍ଟ ସେକ୍ସନର ବିଭିନ୍ନ ଗ୍ରାମରେ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଜଙ୍ଗଲ ସୁରକ୍ଷା ପାଇଁ ଜନସାଧାରଣଙ୍କୁ ସଚେତନ କରୁଥିବା ବେଳେ ଏହି ସଚେତନତା କାର୍ଯ୍ୟକ୍ରମ ଅନ୍ୟ ସମସ୍ତ ଫରେଷ୍ଟ ସେକ୍ସନରେ ଜାରୀରହିବ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ