ଡିସିଏ କ୍ଲବ ଆନୁକୂଲ୍ୟରେ ଅଷ୍ଟମ ବାର୍ଷିକ କ୍ରିକେଟ ଟୁର୍ଣାମେଣ୍ଟ ରାଜ୍ୟ ବିଜୁ ଛାତ୍ର ଜନତା ସଂପାଦକଙ୍କ ଦ୍ବାରା ଶୁଭ ଊଦ୍ଘାଟିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ସାରସକଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁସୁମି ବ୍ଲକର ଭୁଟୁକାବାଦୀ ପଞ୍ଚାୟତ ଅନ୍ତର୍ଗତ ତାମୁଡିଆ ଖେଳ ପଡ଼ିଆରେ ଅଷ୍ଟମ ବାର୍ଷିକ କ୍ରିକେଟ ଟୁର୍ଣାମେଣ୍ଟ ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ଡିସିଏ କ୍ଲବ ଆନୁକୂଲ୍ୟରେ ଗତ ରବିବାର ଦିନ ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବରେ କ୍ରୀଡାବିତ୍,କ୍ରୀଡା ସଂଗଠକ ରାଜ୍ଯ ବିଜୁ ଛାତ୍ର ଜନତା ସଂପାଦକ ବିକାଶ ମହାନ୍ତଙ୍କ ଫିତାକାଟି ଖେଳ ଶୁଭାରମ୍ଭ କରିଥିଲେ ।ଏହି ଟୁର୍ଣାମେଣ୍ଟରେ ବଛା ବଛା ୧୬ଟି ଦଳ ଅଂଶ ଗ୍ରହଣ କରିଛନ୍ତି ।ପ୍ରତ୍ଯେକ ରବିବାର ଦିନ ଖେଳ ହେବ ।ଶେଷ ଫାଇନାଲ ଖେଳ ଆସନ୍ତା ଡିସେମ୍ବର ୨୫ରେ ଅନୁଷ୍ଠିତ ହେବ ।ପ୍ରଥମ ପୁରଷ୍କାର ୨୫,୦୦୦ ଟଙ୍କା ଏବଂ ଦିତୀୟ ପୁରଷ୍କାର ଟ୧୫,୦୦୦ ରଖାଯାଇଛି ।


