ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ବାଲେଶ୍ବର, (ସରୋଜ ପଣ୍ଡା):ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଷ୍ଟେଟବ୍ୟାଙ୍କ ଗଡା ନିକଟରେ ଗର୍ଭବତୀ ମହିଳାଙ୍କୁ ନେଇ ଯାଉଥିବା ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଏକ ଟ୍ରକକୁ ଧକ୍କା ଦେଇଥିଲା।ଏହି ଦୁର୍ଘଟଣାରେ ତିନି ଜଣ ଆହାତ ହୋଇଛନ୍ତି । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଗର୍ଭବତୀ ମହିଳା ଓ ଡ୍ରାଇଭରକୁ ଉଦ୍ଧାର କରି କଟକ ବଡମେଡ଼ିକାଲକୁ ପଠାଇଛନ୍ତି।। ବାଲେଶ୍ବରରୁ ଗର୍ଭବତୀ ମହିଳାଙ୍କୁ ନେଇ କଟକ ଯାଉଥିବା ସମୟରେ ଧକ୍କା ହୋଇଥିଲା। ସୌଭାଗ୍ୟ ବସତଃ ଗର୍ଭବତୀ ମହିଳାଙ୍କର କୈଣସି କ୍ଷତି ହୋଇନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଓ ଆମ୍ବୁଲାନ୍ସକୁ ଜବତ କରି ତଦନ୍ତ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ