ଜମିଜମାକୁ ନେଇ ଗଣ୍ଡଗୋଳ: ଉଭୟ ପକ୍ଷରୁ ଥାନାରେ ଅଭିଯୋଗ

ବନ୍ତ, (ଚାନ୍ଦିନୀ ମହାନ୍ତି):ଗୁରବାର ବନ୍ତ ବ୍ଲକ ଆଗରପଡା ଥାନା ଅଧିନ ଓଡଙ୍ଗ ଗ୍ରାମରେ ଜମିଜମାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟି ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ଜଣାଯାଇଛି । ଲକ୍ଷ୍ମୀଧର ମଳିକଙ୍କ ଅଭିଯୋଗ ଅନୁଯାୟୀ ଗତ ତା-୧୪-୧୦-୨୦୧୯ ମସିହାରେ ସେ ଉକ୍ତ ଗ୍ରାମର ଗଙ୍ଗାଧର ପଢିଆରୀଙ୍କ ଠାରୁ ଖାତା ନଂ-୫୭, ପ୍ଲଟ ନଂ-୬୫୦, ରକବା-ଏ୩-୧୮ ଡିସିମିଲ ଜମି ମଧ୍ୟରୁ ଏ୧-୦୧ ଡିସିମିଲ ଜମି କ୍ରୟ କରି ପଟ୍ଟା ପାଇଥିଲେ । ଯାହାର ଖାତା ନଂ-୩୭୫/୧୩୨, ପ୍ଲଟ ନଂ-୬୫୦/୧୭୧୦ ଅଟେ । ବିକ୍ରେତାଙ୍କ ଚିହ୍ନଟ ଅନୁଯାୟୀ ଗୁରବାର ଦିନ ଲକ୍ଷ୍ମୀଧରଙ୍କ ସମେତ ତାଙ୍କ ପୁଅ ଓ ପତ୍ନୀ ଉକ୍ତ ଜମିରେ ଚାଷ କାର୍ଯ୍ୟ କରୁଥିବା ବେଳେ ପାର୍ଥ ସାରଥି ପଢିଆରୀ ଓ ତାଙ୍କ ଦୁଇ ପୁଅ ସେଠାରେ ପହଞ୍ôଚ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ, ଜାତିଆଣ ଆକ୍ଷେପ, ମାରି ଦେବାକୁ ଧମକ ଦେବା ସହ ଆକ୍ରମଣ କରିଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି । ଏନେଇ ପୋଲିସ କେସ ନଂ- ୬୭/୨୦ ମୂଳେ ୩ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିଛି । ସେହିପରି ଅପରପକ୍ଷ ପାର୍ଥ ସାରଥୀ ପଢିଆରୀଙ୍କ ଅଭିଯୋଗ ଅନୁଯାୟୀ ସ୍ୱର୍ଗତ କାର୍ତ୍ତିକ ଚନ୍ଦ୍ର ପଢିଆରୀଙ୍କର ଦୁଇ ପୁଅ ପାର୍ଥ ସାରଥୀ ଓ ଗଂଗାଧର ଅଟନ୍ତି । ଗତ ୩୦ ବର୍ଷ ହେବ ସାନଭାଇ ଗଂଗାଧର ପୁରୀ ଚକର ୧୦ ଏକର ଜମି ଓ ବଡଭାଇ ପାର୍ଥସାରଥୀ ପଡିଆ ଚକର ୧୦ ଏକର ଜମି ମୌଖିକ ଭାବେ ଚାଷ କରିଆସୁଥିଲେ । ପାର୍ଥ ସାରଥି ପୁରୀ ଚକରେ ଏ୩-୫୦ଡିସିମିଲ ଏବଂ ଗଂଗାଧର ପଡିଆ ଚକରେ ଏ୩-୧୮ ଡିସିମିଲ ପାଇବାର ରହିଛି । ବଦଳ ସୂତ୍ରରେ ଦୁଇ ଭାଇ ଗତ ୩୦ ବର୍ଷ ଧରି ଚାଷ କରି ଆସୁଛନ୍ତି । ମାତ୍ର ଗତ କିଛି ଦିନ ତଳେ ପାର୍ଥସାରଥି ଶୁଣିବାକୁ ପାଇଲେ ଯେ, ସାନଭାଇ ଗଂଗାଧର ପଡିଆ ଚକରୁ ୧ ଏକର ଜମି ଓଡଙ୍ଗ ଗ୍ରାମର ଲକ୍ଷ୍ମୀଧର ମଳିକଙ୍କୁ ବିକ୍ରୟ କରିଦେଇଛନ୍ତି । ଏହି ଘଟଣା କୋର୍ଟରେ ବିଚାରାଧିନ ରହିଛି । ଏପରିସ୍ଥଳେ ଗୁରବାର ଲକ୍ଷ୍ମୀଧର ମଳିକଙ୍କ ସମେତ ପରିବାରଲୋକେ ଏବଂ ସାନଭାଇ ଗଂଗାଧର ପଡିଆ ଚକ ଜମିରେ ହିଡ କତି କରୁଥିଲେ । ଏଥିରେ ପ୍ରାର୍ଥସାରଥୀ ପ୍ରତିବାଦ କରିବାରୁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା, ଦୁଇ ପୁଅଙ୍କୁ ହତ୍ୟା ଧମକ ଦେବା ସହ ଆକ୍ରମଣ କରିଥିବା ଅଭିଯୋଗରେ ଦର୍ଶାଯାଇଛି । ଏନେଇ ପୋଲିସ ପକ୍ଷରୁ କୌଣସି ମାମଲା ରୁଜ୍ଜୁ ହୋଇନଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ