ଜମି ଜମା ପାଇଁ ଗଣ୍ଡଗୋଳ ଘଟଣା ବସିଲା ଶାନ୍ତି କମିଟି
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧିନସ୍ଥ ବାହାଡ଼ାପଦା ଓ ବିଜାପୁର ଗ୍ରାମ ରେ ଏକ ସରକାରୀ ଜମି କୁ ନେଇ ଲାଗି ରହିଥିଲା ବିବାଦ ହେଲେ ରବିବାର ଦିନ ଉକ୍ତ ଜମିକୁ ନେଇ ଗଣ୍ଡ ଗୋଳ ସୃଷ୍ଟି ରହିଥିଲା I ଯେଉଁଥିରେ ୨୧ଜଣ ଆହାତ ହୋଇଥିବା ବେଳେ ସେଥିରୁ ୧୧ଜଣ ଗୁରୁତର ଆହତ ହୋଇଥିଲେ I ସେମାନ ଙ୍କୁ ପ୍ରଥମେ ଚନ୍ଦ୍ରଗିରି ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା I ସେଥି ମଧ୍ୟରୁ ଜଣେ ମହିଳା ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ସୋମବାର ଦିନ କଟକ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ଉକ୍ତ ଘଟଣା କୁ ନେଇ ଆଜି ଚନ୍ଦ୍ରଗିରି ଫାଣ୍ଡି ରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକ ରେ ଅତିରିକ୍ତ ଏସପି ବାମଦେବ ସିଂ ଏଡ଼ିପିଓ ଦିଲ୍ଲୀପ କୁମାର ନାୟକ, ତହସିଲଦାର କିଶୋର ଦାସ ଥାନା ଅଧିକାରୀ ସୁଜିତ କୁମାର ନାୟକ, ତିନଟି ପଂଚାୟତ ବାଘମାରି, ଚନ୍ଦ୍ରଗିରି, ଜୀରାଙ୍ଗ ସରପଞ୍ଚ, ଚନ୍ଦ୍ରଗିରି ଜୋନ ର ଜିଲ୍ଲା ପରିଷଦ, ଦୁଇ ଗ୍ରାମ ର ଲୋକେ ଉପସ୍ଥିତ ରେ ପ୍ରଥମ ଶାନ୍ତି କମିଟି ବୈଠକ ହୋଇଚି ଏଥିରେ ଏକ ଚୁକ୍ତି ନାମା ପତ୍ର ଲେଖା ଯାଇଛି ଉକ୍ତ ଜାଗା କୁ ୬.୬.୨୧ଠାରୁ୧୪୪ଧାରା ଲାଗୁ କରାଯାଇଛି ଏବଂ ଉକ୍ତ ଜାଗାକୁ କେହି ଯିବେ ନାହିଁ କୀ ନିଜ ଗ୍ରାମ ରେ କୋଣଶି ବିଶୁଙ୍ଖଳାପରିସ୍ଥିତି ନ କରି ଶାନ୍ତି ଶୁଙ୍ଖଳା ରେ ରହିବେ ଏବଂ ୧୫ଦିନ ପରେ ପୁଣି ଦୂତିୟ ପଯାୟ ବୈଠକ ବସିବ ସେଥିରେ ଆଲାଚନା କରାଯିବ ଉକ୍ତ ଜମିକୁ କଣ କରାଯିବ ସେ ପର୍ଯ୍ୟନ୍ତ ଉକ୍ତ ଜାଗାକୁ ୧୪୪ଧାରା ଲାଗୁ କରାଇଥିବା ଏସଡିପିଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି I


