ଜଳସରପୁର ସ୍କୁଲର ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା
ହାଟଡ଼ିହି : ଗେଡମା ପଞ୍ଚାୟତ ଜଳସରପୁର ନୋଡାଲ ସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାସ୍କର ଚନ୍ଦ୍ର ପରିଡା, ଓ ସହକାରୀ ଶିକ୍ଷକ ଘନଶ୍ୟାମ ମହାପାତ୍ରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶିକ୍ଷକ ସଂଘର ଉପସଭାପତି ଲକ୍ଷ୍ମୀଧର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବିଇଓ କ୍ଷୀରୋଦ କୁମାର ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ବାସୁଦେବ ନାୟକ, ସମ୍ମାନୀୟ ଅତିଥି ଭାବେ ଏବିଇଓ ସୁରଥ କୁମାର ସାହୁ, ଏବିଇଓ ବିନୋଦ କୁମାର ରାଉତ, ଏବିଇଓ ସୁରେଶ କୁମାର ଜେନା, ଶାଲଣିଆଁ ଶିକ୍ଷକ ସଂଘ ସଭାପତି ପ୍ରଦୀପ କୁମାର ନାୟକ, ସମ୍ପାଦକ ଇନ୍ଦ୍ରମଣି ସା, ହାଟଡିହି ବ୍ଲକ ଶିକ୍ଷକ ସଂଘ ସଭାପତି ସୁରେନ୍ଦ୍ର କୁମାର ରାଉତ, ଶାଳଣିଆଁ ସିଆରସିସି ଯତିବ୍ରତ ସ୍ୱାଇଁ, ଗେଡମା ସିଆରସିସି ରତ୍ନାକର ସାହୁ, ପୁର୍ବତନ ସିଆରସିସି ଗଜେନ୍ଦ୍ର କୁମାର ସେଠୀ, ଶିକ୍ଷାବିତ ଅନାଦି ଚରଣ ଜେନା, ମାନ କୁମାର ଦାସ, ଯଜାତି କେଶରୀ ରାଉତ, ଅନନ୍ତ ଚରଣ ନାୟକ, ଶ୍ରୀଧର ଜେନା ପ୍ରମୁଖ ଯୋଗଦେଇ ଅବସର ନେଉଥିବା ଶିକ୍ଷକ ଦ୍ୱୟଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ତାଙ୍କର ଦୀର୍ଘ ନୀରାମୟ ଜୀବନ କାମନା କରିଥିଲେ । ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନରେ ଶିକ୍ଷକମାନଙ୍କ ଭୁମିକା ଗୁରୁତ୍ୱପୁର୍ଣ୍ଣ । ତେଣୁ ସାକାରତ୍ମକ ମନୋଭାବ ନେଇ ଶିକ୍ଷକମାନେ ଶିକ୍ଷାଦାନ କରିବା ଉଚିତ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ଏହି ଅବସରରେ ଅବସରନେଉଥିବା ଶିକ୍ଷକଦ୍ୱୟଙ୍କୁ ବିଦ୍ୟାଳୟ ଓ ସହକର୍ମୀଙ୍କ ପକ୍ଷରୁ ମାନପତ୍ର, ଉପଢ଼ୌକନ ଓ ପୁ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ବାବୁଲି ଚରଣ ଜେନା, ଅନାଦି ଚରଣ ଜେନା, ଚକ୍ରଧର ଜେନା, କାହ୍ନୁ ଚରଣ ଦାସ, ସ୍କୁଲ ପରିଚାଳନା କମିଟିର ସଭାପତି ପ୍ରମୋଦ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସ୍କୁଲ ପରିଚାଳନା କମିଟି ସଦସ୍ୟ, ସଦସ୍ୟା ଓ ଗ୍ରାମବାସୀମାନେ ସହଯୋଗ କରିଥିଲେ ।


