ଜଳ ଲାଗି କରିବା ପାଇଁ ବୋଲବମ ଭକ୍ତ ପୁରୀ ଅଭିମୁଖେ
(ଯୁଗାବ୍ଦ ନ୍ୟୁଜ୍)-ପବିତ୍ର ଶ୍ରାବଣ ମାସରେ ମହାପ୍ରଭୁ ମହେଶ୍ବର ଙ୍କ ଉପରେ ଜଳ ଲାଗି କଲେ କୋଟି ପୂନ୍ୟ ର ଫଳ ମିଳେ । କଥା ଅଛି. କୋପେ ବର ନ ହେଲେ ତପେ ବର । ଏଥି ପାଇଁ ମାନସିକ ଧାରୀ ଏକ ମାସ ପାଇଁ କଠୋର ବ୍ରତ କରିଥାନ୍ତି । ଏହି ମାସରେ ଶୈବ ପୀଠ ଗୁଡିକ ଚଳଚଞ୍ଚଳ ହୋଇ ଉଠେ । ଗଞ୍ଜାମ ଜିଲ୍ଲା କୋଦଳା ଶ୍ରୀ ଶ୍ରୀ ଶ୍ରୀ ତାଳେଶ୍ଵର ବୋଲବମ ଗ୍ରୁପ ତରଫରୁ ୧୨୦ ଜଣ ବୋଲବମ ଭକ୍ତ କୋଦଳା ଗ୍ରାମ ପରିକ୍ରମା କରି କଟକ ଗଡଗଡିଆ ଘାଟ ଅଭିମୁଖେ ବାହାରିଛନ୍ତି । ସେଠାରୁ ଆଜି ଜଳ ଧରି ପୁରୀ ଅଭିମୁଖେ ଯାତ୍ରା କରିବେ। ତୃତୀୟ ସୋମବାର ଦିନ ଶ୍ରୀ ଶ୍ରୀ ଲୋକନାଥଙ୍କ ପାଖରେ ଜଳ ଲାଗି କରିବେ । ଏହି ତାଳେଶ୍ଵର ପାର୍ଟି ଦୀର୍ଘ ୨୬ବର୍ଷ ଧରି ଏହି ବୋଲବମ ଯାତ୍ରା ଚାଲୁରଖିଛନ୍ତି।ଏହାକୁ ସୁଚାରୁ, ରୂପେ ତୁଲାଇବା ପାଇଁ ଗୋପାଳ କୃଷ୍ଣ ସାହୁ, ଭଗବାନ ପାଢ଼ୀ ବାଦଲ ପଟ୍ଟନାୟକ, ସନ୍ତୋଷ କୁମାର ସେଠୀ, ଏ.ବାବୁ ଦୋରା, ଦିପୁ ଶତପଥି ଓ ସମସ୍ତ ମେମ୍ବରଙ୍କ ପ୍ରମୁଖ ସାହାଯ୍ୟ କରିଛନ୍ତି।


