ଦେଶୀମଦ ଚାଲାଣ ବେଳେ ଜଣେ ମହିଳା ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ଦେଶୀମଦ ଚୋରା ଚାଲାଣ ବେଳେ ପାରଳାଖେମୁଣ୍ଡି ପୋଲିସ ଜଣେ ମହିଳାକୁ ଗିରଫ କରିଛନ୍ତି । ପାରଳାଖେମୁଣ୍ଡି ପୋଲିସ ପେଟ୍ରୋଲିଂ ସମୟରେ ରାଣୀପେଣ୍ଠ ଗ୍ରାମ ରାସ୍ତାରେ ଜଣେ ମହିଳାଙ୍କୁ ସନ୍ଦେହରେ ଅଟକାଇ ତଦନ୍ତ କରିଥିଲେ । ଉକ୍ତ ମହିଳା ନିକଟରୁ ୮ ଲିଟର ଚୋରା ଦେଶୀମଦ ଥିବା ଦେଖାଯାଇଥିଲା । ଏହି ମହିଳାଙ୍କ ନାମ ଟି.ଜ୍ୟୋତି ଏବଂ ତାଙ୍କ ଘର ପାରଳାଖେମୁଣ୍ଡି ଜାଗିଲି ସାହିରେ ବୋଲି ଜଣାପଡିଛି । ଏଥିନେଇ ପାରଳାଖେମୁଣ୍ଡି ଥାନାରେ ୧୪୯/୧୯ ନମ୍ବରରେ ଏକ ମାମଲା ରୁଜୁ କରାଯାଇ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏ.ଏସ୍.ଆଇ. ଭୋଳାନାଥ ପଣ୍ଡା ଜଣାଇଛନ୍ତି ।


