ଜାଗର ମେଳା ନିମନ୍ତେ ପ୍ରସ୍ତୁତି ବୈଠକ

ଚମ୍ପୁଆ-: ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସମ୍ମିଳନୀ କକ୍ଷଠାରେ ଚମ୍ପୁଆରେ ଜାଗର ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତହସିଲଦାର ଆଲୋକ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉକ୍ତ ପ୍ରସ୍ତୁତି ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏହାସହ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ପ୍ରସ୍ତୁତି ବୈଠକର ନିଷ୍ପତି ଅନୁଯାୟୀ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଚମ୍ପୁଆରେ ଜାଗର ମେଳା ପ୍ରସିଦ୍ଧ ଥିବା ହେତୁ ଏଠାରେ ବହୁ ସଂଖ୍ୟାରେ ଜନସମାଗମ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଯଥାବିଧି ବ୍ୟବସ୍ଥା କରାଯିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା । ମନ୍ଦିର ଓ ପାଚେରୀକୁ ରଙ୍ଗ ଦେବା ବ୍ୟବସ୍ଥା, ମନ୍ଦିର ପ୍ରାଙ୍ଗଣରେ ଚାନ୍ଦୁଆ ଓ ଆଲୋକ ସାଜସଜ୍ଜା, ରାସ୍ତାର ବତୀ ଖୁଂଟରେ ଆଲୋକ ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା, ମନ୍ଦିର ପରିସରକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ପାନୀୟ ଜଳର ସୁବନ୍ଦୋବସ୍ତ, ଭକ୍ତମାନଙ୍କୁ ଶୃଙ୍ଖଳାରେ ଦର୍ଶନ କରାଇବା, ପ୍ରାଥମିକ ଚିକିତ୍ସା, ଅଗ୍ନିଶମ ସେବା, ପୂଜା ସାମଗ୍ରୀ ଓ ଭୋଗର ବ୍ୟବସ୍ଥା ସଂକ୍ରାନ୍ତରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା । ବୈଠକରେ ସହକାରୀ ଜିଲ୍ଲାପାଳ ସପନ କୁମାର ସାହୁ, ଥାନା ଇନ୍ସପେକ୍ଟର ମନୋରଂଜନ ପ୍ରଧାନ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟନ୍ତ କୁମାର ନାଏକ, ମନ୍ଦିର ପରିଚାଳନା କମିଟିର ସଭାପତି ଅରୁଣ କୁମାର ସାହୁ, ସଭ୍ୟ ସତ୍ୟବାନ କର, ଶାନ୍ତନୁ ନନ୍ଦ, ସୁଶାନ୍ତ ସାହୁ, ମନ୍‌ଜିତ୍ ସାହୁ, ବାବୁ ଆଚାର୍ଯ୍ୟ, ଅମିତାଭ ପ୍ରଧାନଙ୍କ ସମେତ ଗଣମାଧ୍ୟମର ପ୍ରତିନିଧି, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ