ଜାଗର ରାତିରେ ଦୁଷ୍କର୍ମ ଘଟଣା ଏକବର୍ଷ ପରେ ଦ୍ୱିତୀୟ ଅଭିଯୁକ୍ତ ଗିରଫ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ରହଣିଆ ପଞ୍ଚାୟତ ଆକୁଲିକଣା ଗ୍ରାମର ପ୍ରସିଦ୍ଧ ବରୁଣେଶ୍ୱର ପୀଠରେ ପାଳିତ ହେଉଥିବା ଜାଗର ଯାତ୍ରାର ରାତ୍ରୀରେ ଜଣେ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିଲା । ଗତବର୍ଷ ୨୦୨୦ଫେବୃଆରୀ ୨୧ତାରିଖ ଜାଗର ରାତିରେ ମହିଳା ଜଣକ ବରୁଣେଶ୍ୱର ପୀଠରୁ ଯାତ୍ରା ଦେଖି ଫେରୁଥିବାବେଳେ ଗାଁ ମଧ୍ୟ ଭାଗରେ ଦୁଇଜଣ ଯୁବକ ତାଙ୍କୁ ଏକ ପରିତ୍ୟକ୍ତ ଗୃହକୁ ଟେକିନେଇ ଗଣଦୁଷ୍କର୍ମ କରିଥିଲେ । ପୀଡିତା ମେଡିକାଲରୁ ଚିକିତ୍ସାଧିନ ହେବାପରେ ଏନେଇ ପୁଲିସ ନିକଟରେ ୨୨ତାରିଖ ଦିନ ଅଭିଯୋଗ କରିଥିଲା । ତତ୍କାଳୀନ ପୁଲିସ ଅଧିକାରୀମାନେ ଘଟଣାକୁ ଗୁରୁତର ସହ ନେଇଥିବାବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ କରିଥିଲେ । ଏଭଳି ଅମାନୁସିକ କାର୍ଯ୍ୟ କରିଥିବା ଅଭିଯୁକ୍ତ ଲକ୍ଷ୍ମୀଧର ସେଠୀକୁ ପୁଲିସ ଧରିବାରେ ସକ୍ଷମ ହୋଇଥିଲେ ସୁଦ୍ଧା ଦ୍ୱିତୀୟ ଅଭିଯୁକ୍ତ ଫେରାର ରହିଥିଲା । ଘଟଣା ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପହଁଞ୍ଚିଥିବାବେଳେ ଦ୍ୱିତୀୟ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଉପରେ ଚାପ ପଡିଥିଲା । ଭାରପ୍ରାପ୍ତ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନେତୃତ୍ୱରେ ଏନେଇ ଚଢାଉ କରାଯାଇଥିଲା । ଗତ ୯ତାରିଖ ରାତିରେ ଅଭିଯୁକ୍ତ ଜଣକ ନିଜ ଗାଁକୁ ଆସିଥିବା କୌଣସି ସୂତ୍ରରୁ ପୁଲିସ ଖବର ପାଇଥିଲା । ଏଣୁ ସଂଗେ ସଂଗେ ଥାନା ପକ୍ଷରୁ ଆକୁଲିକଣା ଠାରେ ଚଢାଉ କରାଯାଇ ଦ୍ୱିତୀୟ ଅଭିଯୁକ୍ତ ଦେବାଶିଷ ସେଠୀକୁ ଗିରଫ କରାଯାଇଥିବା ଜଣାଯାଇଛି । ପୂର୍ବ ଅଭିଯୋଗ ଅନୁଯାୟୀ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ