ବିଜେଡିର ସାଂଗଠନିକ ବୈଠକ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ବିଜେଡି ପକ୍ଷରୁ ଆଜି ପଞ୍ଚାୟତ ସ୍ତରୀୟ ବୈଠକ ଅନଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ଲକ୍ଷ୍ମୀଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟ ବିଜେଡି ସମ୍ପାଦକ ପ୍ରୟାସକାନ୍ତି ସାମଲ ଯୋଗ ଦେଇଥିଲେ । ପଞ୍ଚାୟତ ସ୍ତରରେ ବିଭିନ୍ନ ସାଂଗଠନିକ ଶକ୍ତିକୁ ନେଇ ଶ୍ରୀ ସାମଲ ସମୀକ୍ଷା କରିଥିବାବେଳେ ଉପସ୍ଥିତ କର୍ମୀମାନଙ୍କ ସହିତ ବିଭିନ୍ନ ଆଲୋଚନା କରିଥିଲେ । ଆଜିର ବୈଠକରେ ନପଙ୍ଗ, ଷୋଳମପୁର, ବାଲିପୋଖରୀ, ନଗୁଁଆ, ମାଳଦା ପଞ୍ଚାୟତର ବିଜେଡି କର୍ମକର୍ତ୍ତା ମାନେ ଯୋଗଦେଇଥିଲେ । ଆୟୋଜିତ ବୈଠକ ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ଯୁବସଭାପତି ଲଳିତ ରାଉତ, ଉତ୍କଳ କେଶରୀ ମହାନ୍ତି, ଅରବିନ୍ଦ ନାୟକ, ବ୍ରଜେନ୍ଦ୍ର ନାୟକ, ଦେବେନ୍ଦ୍ର ଦାସ, ଜୟନ୍ତ ମହାନ୍ତି, ଗଗନ ବିହାରୀ ସେଠୀ, ପ୍ରତ୍ୟୁଷ ସାମଲ, ବିଦ୍ୟାଧର ଜେନା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଆଲୋଚନା କରିଥିଲେ । ଏହା ସହିତ ପଞ୍ଚାୟତ ସ୍ତରୀୟ ଯୁବ, ଛାତ୍ର ଓ ଛାମୁଆ କର୍ମୀ ମାନେ ଏଥିରେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ