ଜାତୀୟ ପୋଷଣ ସୁରକ୍ଷା ଅଭିଯାନର ଉଦଯାପନ ଉତ୍ସବ

ଜୟପୁର,(ଓ୍ବାଇଏନ୍ଏସ୍): ଏମ୍‌.ଏସ୍‌, ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ ଆନୁକୁଲ୍ୟରେ ବିଜୁ ପଟ୍ଟନାୟକ ଆଦିବାସୀ କୃଷି ଜୈବ ବିବିଧତା କେନ୍ଦ୍ର ଜୟପୁର ଠାରେ ଜାତୀୟ ପୋଷଣ ସୁରକ୍ଷା ଅଭିଯାନ ମାସ ପାଳନର ଉଦଯାପନ ଉତ୍ସବ ଅନୁଷ୍ଟିତ ହୋଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜୟପୁର ବନଖଣ୍ଡର ବନାଧିକାରି ଏନ୍‌.ଏସ୍‌.ଜେ.ପି ସିଂହ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଶ୍ୟାମ ସୁନ୍ଦର ପାଣିଗ୍ରାହୀ, ଆର.ଭି ରବାନା ଯୋଗଦେଇଥିଲେ । ଏହି କାଯ୍ୟକ୍ରମରେ କୋରାପୁଟ, ଜୟପୁର, କୁନ୍ଦୁରା ଓ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ୨୨ଟି ଗ୍ରାମରୁ ୨୫ ଜଣ ଚାଷୀ ମାନେ ଯୋଗଦାନ କରିଥିଲେ । ଏହି କାଯ୍ୟକ୍ରମ ଚଳିତ ସେପଟେମ୍ବର ମାସ ଆରମ୍ବରୁ ଆଜି ଯାଏ ଉକ୍ତ ୨୨ଟି ଗ୍ରାମରେ ପଯ୍ୟୟ କ୍ରମେ ପୋଷଣ ଜନିତ ସଚେତନତା କାଯ୍ୟକ୍ରମ କରାଯାଇଥିଲା । ଏଥିରେ ପ୍ରାୟ ୮ ଶହ ଚାଷୀଙ୍କୁ ପୋଷଣ ତତ୍ତ ଉପରେ ସଚେତନ କରାଯାଇଥିଲା ଓ ସମସ୍ତ ଙ୍କୁ ବିଭିନ୍ନ ପ୍ରକାର ଫଳଗଛ ଅମୃତଭଣ୍ଡା, ମୁନିଙ୍ଗା, ଲେମ୍ବୁ, କଦଳୀ, ଢାଳିମ୍ବ, ପିଜୁଳି, ସପୁରୀ ଆତ ସହ ବିଭିନ୍ନ ପ୍ରକାର ପନିପରିବା ମଞ୍ଜି ବିତରଣ କରାଯାଇଥିଲା । ପ୍ରତ୍ୟେକ ପରିବାର ସେମାନଙ୍କ ଘର ବାଢିରେ ଗୋଟିଏ ଗୋଟିଏ ସ୍ୱାମୀନାଥନ ପୋଷଣ ବଗିଚା ତିଆରି କରିଛନ୍ତି । ଏହି କାଯ୍ୟକ୍ରମରେ ବିଭିନ୍ନ ଫଳ, ପନି ପରିବା, ଆଦି ପ୍ରଦର୍ଶନ ମଧ୍ୟ କରାଯାଇଥିଲା । ଶ୍ୟାମ ସୁନ୍ଦର ପାଣିଗ୍ରାହୀ ଓ ଏସ୍‌. ଭି. ରମଣା ଉପସ୍ଥିତ ଚାଷୀଙ୍କୁ ବିଭିନ୍ନ ପ୍ରକାର ଖାଦ୍ୟଗୁଣ ଓ ତାର ଉପକାରିତା ଉପରେ ବୁଝାଇଥିଲେ । ସେହିପରି ଚେନ୍ନାଇର ଡଃ ହରିହରନ୍ ଓ ଡଃ ଭବନୀ ସମସ୍ତଙ୍କୁ ଏହି ପୋଷଣକାରୀ ଫଳ, ପନି ପରିବା ନିଜର ଦୈନନ୍ଦିନ ଖାଦ୍ୟରେ ସାମିଲ୍ କରିବାର ଆବଶ୍ୟକତା ଉପରେଆଲୋକପାତ କରିଥିଲେ । ସ୍ୱାମୀନାଥନ ପ୍ରତିଷ୍ଠାନର ସଂଯୋଜକ ଅକ୍ଷୟ କୁମାର ପଣ୍ଡା ସନ୍ତୁଳିତ ଖାଦ୍ୟ ଖାଇବା ଉପରେ ଆଲୋଚନା କରିଥିଲେ । ଏହା ପରେ ଫାଉଣ୍ଡେସନ ପରିସର ମଧ୍ୟରେ ଥିବା ପୋଷଣ ବଗିଚା ପରିଦର୍ଶନ କରିଥିଲେ । ଏହି କାଯ୍ୟକ୍ରମକୁ ବୈଜ୍ଞାନିକ କାତ୍ତିକ ଚରଣ ଲେଙ୍କା ଓ ବୈଜ୍ଞାନିକ ତଥା ଭାର ପ୍ରାପ୍ତ ନିଦ୍ଦେଷକ ପ୍ରଶାନ୍ତ କୁମାର ପରିଡା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ