ଜାତୀୟ ରାଜପଥ ପୋଲ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ
ଆଖୁଆପଦା, (ବସନ୍ତ କୁମାର ବେହେରା) ; ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର ଛତାବର ଠାରେ ଉଚ୍ଚକ୍ଷମତା ସମ୍ପନ୍ନ ପୋଲ ପାଇଁ ଆଜି ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଛି । ପୁରୁଣା ରାସ୍ତାରେ ଛୋଟ ଗଳିପୋଲଟିଏ ଥିବାବେଳେ ଏବେ ରାସ୍ତା ପ୍ରଶସ୍ତିକରଣ ଚାଲିଥିବାରୁ ଏଠାରେ ଏକ ବଡ ବାଇପାସ ପୋଲ ପାଇଁ ସାଧାରଣରେ ଦାବି ହୋଇଥିଲା । ସାଂସଦ ଓ ବିଧାୟକଙ୍କ ପ୍ରଚେଷ୍ଟା ଯୋଗୁ ଉଚ୍ଚକ୍ଷମତା ସମ୍ପନ୍ନ ବୃହତ୍ତ ପୋଲ ପାଇଁ ଜାତୀୟ ରାଜପଥ କତ୍ତୃପକ୍ଷ ସ୍ୱୀକୃତି ପ୍ରଦାନ କରିଥିବାରୁ ଏହାର ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରଫୁଲ୍ଲ ସାମଲ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ବ୍ଲକର ପ୍ରାକ୍ତନ ଅଧ୍ୟକ୍ଷ ମଳୟ ଜେନା ପ୍ରମୁଖ ଯୋଗଦେଇ ପୋଲ ପାଇଁ ଶୁଭ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ଲକ୍ଷ୍ମୀଧର ନାୟକ, ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ସୁରେନ୍ଦ୍ର ପାଲ, ରାମଚନ୍ଦ୍ର ପରିଡା, ହାଡିବନ୍ଧୁ ସେନାପତି, ରଥ ଦାସ, ଯୁବନେତା ବିରେନ୍ଦ୍ର ନାୟକ, ଜୟନ୍ତ ସାହୁ, ସତ୍ୟାନନ୍ଦ ମହାପାତ୍ର, ଲକ୍ଷ୍ମୀଧର ସାହୁ, ହେମନ୍ତ ଜେନା, ବସନ୍ତ ବେହେରା, ସୁଶାନ୍ତ ମଲ୍ଲିକ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ଏହାଛଡା ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ କରୁଥିବା ତଥା କମ୍ପାନୀର ଅଧିକାରୀ ଓ ଇଂଜିନିୟର ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ନିର୍ମାଣାଧିନ ନୂତନ ପୋଲଟିର ପ୍ରସ୍ଥ ୩୬ଫୁଟ ରହିଥିବାବେଳେ ଉଚ୍ଚତା ୧୬ଫୁଟ ଥିବା ଜଣାପଡିଛି ।


