ଜାତୀୟ ଶିକ୍ଷାନୀତି – ୨୦୧୯କୁ ବିରୁଦ୍ଧ କଲା ଡି.ଏସ.ଓ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁରସ୍ଥିତ ଉକ୍ରଳ ଆଶ୍ରମଠାରେ ଅଲ ଇଣ୍ଡିଆ ଡି.ଏସ.ଓ ଗଞ୍ଜାମ ଜିଲ୍ଲା କମିଟିର ଉଦ୍ୟୋଗରେ ପ୍ରସ୍ତାବିତ ଜାତୀୟ ଶିକ୍ଷାନୀତି – ୨୦୧୯ ବିରୁଦ୍ଧରେ କନ୍ଭେନସନ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀ, ଅଭିଭାବକ , ଶିକ୍ଷକ ଓ ବୁଦ୍ଧିଜୀବିମାନେ ଯୋଗଦେଇ ଜାତୀୟ ଶିକ୍ଷାନୀତି – ୨୦୧୯ ସମେତ ରାଜ୍ୟରେ ସାମ୍ପ୍ରତିକ ସରକାରଙ୍କ ଦ୍ୱାରା ଛାତ୍ରସଂସଦ ନିର୍ବାଚନ ବାତିଲ ଓ ସରକାରସ୍ୱିଦ୍ୟାଳୟଗୁଡିକୁ ବନ୍ଦ କରିବା ଆଦି ଘଟଣା ବିରୁଦ୍ଧରେ ଦୃଢ ବିରୋଧ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉକ୍ରଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଗଣିତ ଅଧ୍ୟପକ ପ୍ରଫେସର ବିରେନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଜାତୀୟ ଶିକ୍ଷାନୀତି – ୨୦୧୯ କିପରି ଶିକ୍ଷାର ମୂଳନିର୍ଯ୍ୟାସଙ୍କ ନଷ୍ଟ କରିବା ସହ ଶିକ୍ଷାର ସାମଗ୍ରିକ ଘରୋଇକରଣ, ବ୍ୟବସାୟୀକରଣକୁ ତ୍ୱରାନ୍ୱିତ କରିବେ ତାହା ଉପରେ ବିଶଦ ଆଲୋଚନା କରିଥିବାବେଳେ ଅଲ ଇଣ୍ଡିଆ ଡି.ଏସ.ଓ ରାଜ୍ୟ ସଭାପତି ଗଣେଷ ତ୍ରୀପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରସଂସଦ ନିର୍ବାଚନ ବାତିଲ ତଥା ଚରମ ଶିକ୍ଷା ବିରୋଧୀ ଜାତୀୟ ଶିକ୍ଷାନୀତି – ୨୦୧୯ ବିରୁଦ୍ଧରେ ଛାତ୍ର ଆନ୍ଦୋଳନ ଗଢି ତୋଳିବାପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ସୋମନାଥ ବେହେରା, ଜିଲ୍ଲା କମିଟି ସଭାପତି ଶିବାନୀ ଶଙ୍କର ମିଶ୍ର, ନିମାଇଁ ଚରଣ ସାହୁ, ଉଦ୍ଧବ ମହାଙ୍କୁଡ, ନାରାୟଣ ସାହୁ, ପପୁନ ସାହୁ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ