ଜାତୀୟ ସଂସ୍କୃତ ଦିବସ ପାଳିତ

ବନ୍ତ,(ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ନିଳୋକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ ସଂସ୍କୃତ ଦିବସ ପାଳିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଭାପତିତ୍ୱ ଏବଂ ସଂସ୍କୃତ ଶିକ୍ଷୟିତ୍ରୀ ସ୍ୱୟଂପ୍ରଭା ନାୟକଙ୍କ ତତ୍ତାବଧାନରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ପଣ୍ଡିତ ଅଭିମନ୍ୟୁ ସେନାପତି, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷା କର୍ମଚାରୀ ସନାତନ ନାୟକ ଯୋଗ ଦେଇ ସଂସ୍କୃତ ହେଉଛି ସର୍ବ ପୁରାତନ ଭାଷା ଏବଂ ଏହା ସମସ୍ତ ଭାଷାର ଜନନୀ ବୋଲି କହିବା ସହ ଏହାର ସୁରକ୍ଷା ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି କହିଥିଲେ l ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଂସ୍କୃତ ନୃତ୍ୟ, ସଂଗୀତ ଓ ସମ୍ଭାଷଣ ଅନୁଷ୍ଠିତ ହୋଇଥିଲା l ୨ୟ ପର୍ଯ୍ୟାୟରେ ପ୍ରଧାନ ଶିକ୍ଷକ ଶ୍ରୀ ସାହୁଙ୍କ ସଭାପତିତ୍ୱରେ ଜାତୀୟ କ୍ରୀଡା ଦିବସ ପାଳନ ହୋଇଥିଲା l ଏଥିରେ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ପୂର୍ବତନ ହକି ତାରକା ଧ୍ୟାନ ଚାନ୍ଦଙ୍କ ସମ୍ପର୍କରେ ବକ୍ତବ୍ୟ ରଖିବା ସହ କ୍ରୀଡାର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ l ଶିକ୍ଷକ ରବି ନାରାୟଣ ପାଣି କ୍ରୀଡା ବକ୍ତବ୍ୟ ପ୍ରଦାନ କରିଥିଲେ l କ୍ରୀଡା ଶିକ୍ଷକ ବିଜୟ କୁମାର ରାଉତ ମଞ୍ଚ ସଂଯୋଜନା କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଅସିତ କୁମାର ପୁହାଣ, ସ୍ୱାଧୀନ କୁମାର ସାହୁ, ଦିନେଶ କୁମାର ନାୟକ, ଶିକ୍ଷା କର୍ମଚାରୀ ଦୀପ୍ତି ରଞ୍ଜନ ସାହୁ ସହଯୋଗ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ