ଜାନୁଆରୀ ୧୬ରେ ଭେଟେରାନ କ୍ରୀଡ଼ା ପ୍ରତିଯୋଗିତା

ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ଜିଲା ଭେଟେରାନ କ୍ରୀଡ଼ା ସଙ୍ଘର ବାର୍ଷିକ କ୍ରୀଡ଼ା ଆସନ୍ତା ଜାନୁଆରୀ ୧୬ ତାରିଖରେ ଆୟୋଜନ ପାଇଁ ସଙ୍ଗଠନର ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ସଂଘର ସଭାପତି ଡ. ଅଶୋକ କୁମାର ପାଣିଗ୍ରାହୀଙ୍କ ପୌରହିତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପସ୍ଥିତ ସମସ୍ତ ସଭ୍ୟଙ୍କ ସହମତି କ୍ରମେ ପ୍ରତିବର୍ଷ ଭଳି ଆସନ୍ତାବର୍ଷ ଅର୍ଥାତ ଆସନ୍ତା ଜାନୁଆରୀ ମାସ ୧୬ ତାରିଖରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି । ପରମିଟ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ୪୦ ବର୍ଷରୁ ଉର୍ଦ୍ଧ୍ୱ ଉଭୟ ପୁରୁଷ ଓ ମହିଳା ବର୍ଗର ଖେଳାଳି ଅଂଶଗ୍ରହଣ କରିବେ । ସକାଳ ୯ଟାରୁ ଏହି ପ୍ରତିଯୋଗିତା ଆରମ୍ଭ ହେବ ବୋଲି ଭେଟରାନ ସଂଘର ସାଧାରଣ ସମ୍ପାଦକ ପଦ୍ମଲୋଚନ ଲେଙ୍କା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ